ନlଗର __କଣ୍ଟିଅl ମୁଣ୍ଡରେ ବିଷ ନlଗରୀ ଲୋ 
       କଣ୍ଟିଅl ମୁଣ୍ଡରେ ବିଷ
କାହିଁକି ଆଜି ତୋ ମନ ବିରସ
        ନlଗରୀ ଲୋ,
କି ହୋଇଲା ମୋର ଦୋଷ
ନlଗରୀ ଲୋ କି ହୋଇଲା......

ନlଗରୀ - - - ଦୋଷ ତୋର କିଛି ନାହିଁ ରେ ନାଗର
   ମନେ ଭାଳି ହୁଏ ମୁହିଁ
ଦରଦାମ୍ ବୃଦ୍ଧି ଦେଖିଲା ବେଳକୁ
         ନlଗରରେ.
ମନ ହୁଏ ହାଇପାଇଁ.......

ନାଗର - - - ପୋଡ଼ା କରମ ଆମର ନlଗରୀ ଲୋ
       ପୋଡ଼ା କରମ ଆମରି
ଛୋଟ ଚାକିରି କୁ ଷୋଳପ ବେତନ
       କେମିତି ଚଳିବ ଘର......

ନାଗରୀ - - - ଚିନ୍ତା ନାହିଁ ସେଥିପାଇଁ ରେ ନାଗର
     ମାଟି ମାଆ ରହିଛି ଚାହିଁ
ପରିଶ୍ରମ କରି ଚାଷ ବାସ କଲେ
      ଆନନ୍ଦେ ରହିବା ଯାଇ.......

ନାଗରୀ - - ବଳକା ସମୟେ ବାଡିବଗିଚାରେ
     ସମୟ ଦେଲେ ବିତେଇ
ଘର ଚଳନୀୟ ପନିପରିବା କୁ
       ପାଇବା ଆନନ୍ଦ ହୋଇ 

ନାଗରୀ - - - ଫୁଲ ଗଛ ଫଳ ଗଛ ଲଗାଇବା
      ଅଭାବ ରହିବ ନାହିଁ
ସାର ଦିଅl ଫଳ ନିୟମିତ ଖାଇ
    ରୋଗକୁ ଡାକିବା କାଇଁ....

ନାଗରୀ - - ପରିଶ୍ରମ କଲେ ନିରୋଗ ରହିବା
       ଶରୀର ହେବ ସବଳ
ସୁସ୍ଥ ପରିବେଶ ଗଢି ଦେବା ଆମେ
      ଦୁରେଇ ରହିବ କlଳ.....

ନାଗରୀ - - ମାଟି ମାଆ ସଙ୍ଗେ ବନ୍ଧୁତା କରିବା
     କର୍ମଠ ଜୀବନ ନେଇ
ମାଟି ମାଆ ପରା ମାଆ ଟିଏ ଆମ
    ଦେବ ଆୟୁଷ ବଢେଇ.....

ନାଗରୀ - - ପିଲାମାନେ ସବୁ ଆମଠୁ ଶିଖିବେ
      ଖାଦ୍ୟରେ ନଥିବ ଭୟ
ଦର ଦାମ୍ ଯେତେ ବଢ଼ିଲେ ବଜାରେ
      ସେଥିକି ନ ଥିବ ଲୟ...

, ନାଗର - - ଭଲ କଥା ଟିଏ କହିଲୁ ନlଗରୀ
    ମନ କୁ ପାଇଲା ମୋର
ଆମ ସଂସାରକୁ ସଜାଡ଼ିବା ପାଇଁ
    ସତେ ତୁ କେଡେ ଉଦାର....

ନାଗରୀ - - ମୁଁ ପରା ନlଥ ତୁମ ଅର୍ଦ୍ଧlଙ୍ଗିନୀ
      ତୁମେ ମୋ ଅର୍ଦ୍ଧଇଶ୍ୱର
ବୁଝାମଣା ଯଦି ରଖିବା ଉଭୟେ
      ସୁଖେ ଚାଲିବ ସଂସାର.....

ଉଭୟେ - - ମୋ ଦେଶର ଯେତେ ଭାଇ ଓ ଭଉଣୀ
      ମନରେ ବିଚାର କର
ଯେତେ ଦିନ ସୁସ୍ଥ ଥିବ ଏ ଶରୀର
     କର୍ମେ ହେବା ଅଗ୍ରସର....

ଗୀତେ କୁମୁଦିନୀ ଦେଉଅଛି କହି
     ଦୋଷ ନ ଧରିବ ମୋର
ଅନ୍ତର ଭିତରେ ମୋ ଛୋଟ କଥାକୁ
        ଥରୁଟେ ବିଚାର କର...... 

କୁମୁଦିନୀ ବେହେରା, ଅନୁଗୋଳ