କବିତା - ମୁଁ ଯେଉଁଦିନ ମୁଁ ରହିବିନି - ତପନ ଦୀକ୍ଷିତ (ବେଳାଭୂମି)

0
ମୁଁ ଯେଉଁଦିନ ମୁଁ ରହିବିନି
ଭାବି ଭାବି କଥା ତୁମ
ପବନେ ଲାଗିବ ପୂବେଇ ଛୁଆଁଟା
ଋତୁ ଥିବ ବଦନାମ,
ତୁମେ ଆସୁଥିବ କୁଆଁରୀ ଘାଟରୁ
ପହିଲି ଗାଧୁଆ ସାରି
ଜୁଡୁବୁଡୁ ଥିବ କୁଆଁରୀ ଦେହଟା
ପାଣି ପଡ଼ୁଥିବ ଝରି,
ଚୁନା ଘାସଫୁଲ ସଜ ହେଉଥିବେ
ତୁମ ପାଦ ଅଳତାରେ
ମୋ ଦେହରେ ଥିବ ଅନଙ୍ଗ ଅନଳ
ତୁମେ ଆସୁଥିବ ଧୀରେ।।


ରଚନା : ତପନ ଦୀକ୍ଷିତ(ବେଳାଭୂମି)

ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ,  ଦୂରଭାଷ : 9537400744

Post a Comment

0Comments
Post a Comment (0)