ଆମେ ଯେତେ ଶିଶୁ
               ଆମେ ଫୁଲ କଢ
  ଫୁଲ ହୋଇ ଫୁଟି
               ହେବା ଦିନେ ବଡ. I
  ହସି ହସାଇବା
               ଦେଶକୁ ଆମର
  କୁଶଳୀ ଶ୍ରମିକ
              ବୋଲାଇ ଦେଶର. I
  କଳ କାରଖାନା
              କ୍ଷେତ ଓ ଖାଦାନ
  ଆମ ଶ୍ରମ ଦାନ
               ଦେଶର ସମ୍ମାନ. I
  କଳା କୌଶଳେ
             କୁଶଳୀ ବୋଲାଇ
  ଠିଆ ହେବା ଦିନେ
             ସ୍ୱାବଲମ୍ବୀ ହୋଇ. I
  ବଢାଇ ଦେବାରେ
              କାର୍ଯ୍ୟର ଦକ୍ଷତା
  ବିଶ୍ୱ ଦରବାରେ
              ହେବା ପରିଚିତା. I

Writer's Details: କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ, ମୋ 9861889305 Content Category:
Submission Date: Nov 12, 2019