
ଭାବୁଛି ଯେବେ ମୁଁ ମନେ
ତମେ ମୋତେ ଆଉ ମନେ ପକୋଉନ
ହୃଦୟ କହୁଛି କାନେ ।
ତମ ଶବ୍ଦ ରାଗ ଛୁଇଁ ଯାଉଥିଲା
ମୋ ହୃଦୟ କୁଞ୍ଜବନେ
କଲମରୁ ମସୀ କବିତା ହୋଇକି
ଝରୁଥିଲା ମୋ ଅଙ୍ଗନେ ।
ପ୍ରାଣବନ୍ତ ଲାଗେ ତୁମର କବିତା
ସତେ କି ଜୀବନ ଭରେ
ସେଇ କବିତାରେ ସୁର ତୋଳିବାକୁ
ଶୁଷ୍କ ମରୁରେ ବି ଶବ୍ଦର ଝରଣା ଝରେ।
ତମ ବିନା ଆଜି କବିତା ଯେ ଶୂନ୍ୟ
ଫାଙ୍କା ମନର ଫର୍ଦ୍ଦ
ନିରବି ଯାଇଛି କୋକିଳ କୂଜନ
ବସନ୍ତ ଆଜି ନିସ୍ପନ୍ଦ ।
ଏତେ ବଡ ଶାସ୍ତି କାହିଁକି ଯେ ଦେଲ
ହୃଦୟରେ ବହେ ଝଡ଼
କବିତା ବିନା ମୁଁ ଶବ ପାଲଟିଛି
ନିସ୍ତବ୍ଧ ଆଜି ମୋ ନୀଡ ।