ମନମତାଣିଆ ସୁଗନ୍ଧ ଆଉ ମହକ
କେତେ ଆଦର ରେ ପାଏ.. ମାତ୍ର ଓଳିଏ ର ସରାଗ
ବାସି ଗଲେ ହୋଇ ମହକ ମରଇ
ରଂଗ ସବୁ ହଜି ମାଟିଆ ଦିଶଇ
ଫିଗିଂ ଦେବେ ସବୁ ଯେଉଁ ମାନେ ଦିନେ..
ଫୁଲ ଲୋ ତୋ ଠାରୁ ଘେନୁ ଥିଲେ ପରାଗ
କରୁଥିଲେ ସରାଗ |
ଜୀବନ ସକାଳ ସୁନ୍ଦର କୋମଳ
କାଠିକର ପାଠ ଧୁ ଧୁ ଖରାବେଳ
ପେଟ ପାଇଁ ନାଟ... ଦେହ ପାଇଁ ଲଡ
ସରିଯାଏ ଦିନ ଅଡେଇ ଅବେଳ
ମଉଳି ଗଲେ ରେ ମଣିଷ ଏ ତୋର ଚର୍ମ କଂକାଳ
ବାସି ଫୁଲ ପରି ଦେବେ ଫୋପଡାଇ
ଯାହାକୁ ସରାଗେ ଏତେ ତୁ ସମ୍ବାଳ |
0 Comments
You can write now your valuable comments here. Off-topic comments may be removed or deleted without prior notice.