
ତୋ ନାମକୁ ଭଜିଭଜି
ପାପୀ ଯାଏ ତରି,
ତୋ ରୂପକୁ ଦେଖି
କେହୁ ଭବୁ ହୁଏ ପାରି,
ତୋ ପରଶ ପାଇ
କିଏ ହୁଅଇ ସୁନ୍ଦରୀ,
ଅଭିଶାପୁ ମୁକ୍ତି ପାଏ
ଅହଲ୍ୟା ଯେ ନାରୀ।
ତୁ ଯେ ପ୍ରିୟ ଅତିପ୍ରିୟ
ତୋ ଭକତ ଡୋରେ,
ବାନ୍ଧୁ ପୁଣି କାହାକୁ ତୁ
ତୋ ଭକତି ଡୋରେ।
ଭକତ ଭାବରେ ବନ୍ଧାହୋଇ
ଧାଉଁ ତା'ର ପଛେ,
କ୍ଷତବିକ୍ଷତ ଶରୀର
ବାଇଗଣ କ୍ଷେତେ।
ଭକତିରେ ବନ୍ଧାପଡି
ଦେଉ ଭୋଗଥାଳି,
ତୋର ଲୀଳା କେ ବର୍ଣ୍ଣିବ
ଆହେ ବନମାଳୀ।
ପ୍ରଣତି ମହାପାତ୍ର
ବାଲେଶ୍ଵର