କବିତା - ହେରାଫେରି - ତପନ ଦୀକ୍ଷିତ (ବେଳାଭୂମି)

0
ଜିଇଁ ବାକୁ ଦିଅ ଆଜିର ଆୟୁସେ
ତୁମ ପ୍ରୀତି ନେଇ ରାତେ ,
କିଏ ବା ଜାଣିଛି କାଲି ସକାଳକୁ
ଭେଟ ସୁପ୍ରଭାତ ସାଥେ ?
ସରି ଯାଉଅଛି ଅନୋଖି ରାତିଟା
ଫେରି ଯାଉଅଛି ଜହ୍ନ .....
ନିଶ୍ୱାସ ଖୋଜୁଛି ତୁମରି ମହକ
ଆଖି ଖୋଜେ ତୁମ ସ୍ୱପ୍ନ,.....,
କିଏ ଜାଣେ କାଲି ହେବ କି ନହେବ
କାଲି ରାତି ଆଜିପରି
ଆସ ମିଶି ଟିକେ କରିନେବା ଆମେ
ହୃଦୟର ହେରାଫେରି ।।


ରଚନା : ତପନ ଦୀକ୍ଷିତ(ବେଳାଭୂମି)

ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ,  ଦୂରଭାଷ : 9537400744

Post a Comment

0Comments
Post a Comment (0)