ହେ ! ପ୍ରେମ ! କୁଆଡେ ଯାଇଛ ଛାଡି?
ନାହଁ ତୁମେ ଏବେ ମା ର ପଣତେ
ସ୍ନେହ ମମତାର ରୂପ ଧରି ।
ଭାଇ ର ବିଶ୍ବାସେ ହଜିତ ଯାଇଛ
ସ୍ବାର୍ଥନ୍ବେଷୀ ଶତ୍ରୁ ପରି ।। ୧

ସ୍ବାମୀ ସ୍ତ୍ରୀ ଏଠି ଝଗଡ଼ା ଲାଗନ୍ତି
ତୁମେ ନାହଁ ବୋଲି ଘରେ ।
ବ୍ରୁଦ୍ଧ ବାପା ମାଆ ନିତି କାନ୍ଦୁଛନ୍ତି
ତୁମେ ଚାଲିଗଲା ପରେ । ୨

ପ୍ରେମିକ ପ୍ରେମିକା ପାଖେ ରହିଅଛ
କ୍ଷଣିକ ସୁଖକୁ ଧରି ।
କିଛି କ୍ଷଣ ପରେ ଅଲଗା କରୁଛ
ଅବିଶ୍ବାସ ଦୁଃଖ ଭରି । ୩


ପ୍ରେମ ପ୍ରେମ ବୋଲି ସଭିଏଁ ଖୋଜନ୍ତି
ପ୍ରେମତ ମିଳଇ ନାହିଁ ।
ନିସ୍ପ୍ରେମ ନିଆଁ ରେ ସଭିଏଁ ଜଳନ୍ତି
ସାତ୍ତ୍ୱିକ ପ୍ରେମ କାହିଁ । ୪


ରଚନା : ଅଜୟକୁମାର ସାହୁ

ଠିକଣା : ବାସୁଦେବପୁର, ଖଣ୍ଡପଡା,ନୟାଗଡ଼ ।
ବର୍ତ୍ତମାନ ଠିକଣା - ଆସିକା, ଗଞ୍ଜାମ,  ଦୂରଭାଷ : 9439338890