ବର୍ଷା ଅସୁଛିରେ ବର୍ଷା ଆସୁଛି
କଳା କଳା ମେଘ ଆକାଶରେ ।
ଆଗକୁ କେମିତି ମାଡ଼ି ଆସୁଛି
ଦିଗ୍ବଳୟ ଧରି କାୟା ବିସ୍ତାରେ ।।

ବିଜୁଳି ଚମକେ ଘଡ଼ ଘଡି ମାରେ
ପବନ ବହୁଛି କେଡେ ଶୀତଳ ।
ବେଙ୍ଗୁଲି ନାନୀ ସୂଚାଇ ଦେଉଛି
ଭଲ ବର୍ଷାଟିଏ ହେବ ଏଥର ।।

ଗଛ ନାଚୁଛନ୍ତି ମନ ଖୁସିର
ହଲାଇ ଶାଖା ପବନ ତାଳେ ।
ମଧୁର କଣ୍ଠରେ ଚଢେଇ ମାନେ
ଗାଉଛନ୍ତି ଗୀତ ଗଛରେ ଡା଼ଳେ ।।

ଆରମ୍ଭ ହେଲା ବରଷା କାଳ
ଘଡ଼ ଘଡି ସହ ବିଜୁଳି ମାଡ଼ ।
ପାଣି ପାଇବେ ଜୀବ ଜଗତ
ନବ ତରୁଲତା ହୋଇବେ ଜାତ।।

ନଈ ନାଳ କୂଅ ସବୁ ପୋଖରୀ
ରହିବେ ଜଳରେ ପୂରଣ ହୋଇ ।
ମରୁଡ଼ିରୁ ରକ୍ଷା ପାଇବା ପାଇଁ
ବର୍ଷାକୁ ସ୍ୱାଗତ କର ହେ ଭାଇ ।।

ବନ ମୋହତ୍ସବ ପାଳନ କର
ବରଷା ଋତୁଟି ଅଟଇ ସାର ।
ଜଳହିଁ ଆମର ମୁଖ୍ୟ ସମ୍ପଦ
ନଷ୍ଟ କରିବାନି ନେବା ଶପଥ ।।


ରଚନା : ରୁଦ୍ରରୂପା ଵ୍ରହ୍ମା

ଠିକଣା : ହାଇସ୍କୁଲ ସାହି, ଚିକିଟୀ ଗଡ଼ , ଗଞ୍ଜାମ,  ଦୂରଭାଷ : 9437858788