ଏହି ମୋ ଓଡ଼ିଶା ରାଜ୍ଯ
ସେଥିରୁ ଗୋଟିଏ ପରବ ଆସିଛି
କାର୍ତ୍ତିକ ପୁନେଇ ଆଜ ।।
ସାଧବ ପୁଅଙ୍କ ଗୌରବର କଥା
କହୁଛି ସଭିଙ୍କ କାନେ
ସ୍ମରଣ କରାଏ କି ଥିଲା ଏ ରାଜ୍ଯ
କି ହୋଇଛି ଆଜି ଦିନେ ।।
କାର୍ତ୍ତିକରେ ଯାଇ ଫେରୁଥିଲେ ସେହି
ଆଷାଢ ମାସରେ ସତେ
ଧନ ଦଉଲତ ବୋଇତରେ ଭରି
ବୋହି ଆଣୁଥିଲେ କେତେ ।।
ସେକାଳ ବେପାର ବଣିଜର ଗାଥା
ପକେଇବା ପାଇଁ ମନେ
ବହୁ ଯାନିଯାତ୍ରା ପାଳିତ ହୁଏ ଯେ
ଓଡ଼ିଶାର ସ୍ଥାନେ ସ୍ଥାନେ ।।
ଅସଂଖ୍ଯ ଦୋକାନ ଶୋଭା ପାଏ ଏବେ
ବାଲି ଯାତରାର ଦେହେ
ସାଧବ ପୁଅର କୀରତିର କଥା
ଆମକୁ ସୂଚାଇ ଦିଏ ।।
ନଦୀ ପୋଖରୀର କୂଳକୁ ସଭିଏଁ
କଦଳୀ ପଟୁଆ ନେଇ
ପୁରୁଣା କଥାକୁ ସ୍ମରଣ କରନ୍ତି
ସେଠାରେ ଭସାଇ ଦେଇ ।।
ରଚନା : ଶିବ ପ୍ରସାଦ ସାହୁ
ଠିକଣା : ଗୋପିନାଥପୁର ସାହି,ଚାନ୍ଦପୁର,ନୟାଗଡ଼ ଦୂରଭାଷ : 9692374659
Sent via Google Forms Email
