ସମୟ କରନି ନଷ୍ଟ
*********************
ଆସରେ ପିଲାଏ କହୁଛି କଥାଟି
ମନ ଦେଇ ସବୁ ଶୁଣ
କଥା ମାନି ତୁମେ ଚଳିଲେ ପିଲାଏ
ଭଲ ହେବ ନିଶ୍ଚେ ଜାଣ ।

ଜାଣିଛ ପିଲାଏ ସମୟର ମୂଲ
କେତେ ବଡ ବଳବାନ୍
ସମସ୍ତେ ତା ଠାରେ ହାର ମାନିଥାନ୍ତି
ଦିଅନ୍ତି ତାକୁ ସମ୍ମାନ ।

ଚାଳିଥାଏ ସିଏ ଆଗକୁ ଆଗକୁ
ଶୁଣେ ନାହିଁ କାହା କଥା
ପଛରୁ ଡାକିଲେ ଆସେନାହିଁ ଫେରି
କାନ୍ଦି କାନ୍ଦି ପିଟି ମଥା ।

ରହିଯା କହିଲେ ରହେ ନାହିଁ ସେ ତ
ହୁଏ ବେଶି ତରତର
କେବେ ଆସେ ପୁଣି ଚାଲିଯାଏ କେବେ
କରେ ଆପଣାର ପର ।

ଦେଖି ହୁଏ ନାହିଁ ଛୁଇ ହୁଏ ନାହିଁ
ସିଏ ତ ଅଦୃଶ୍ୟ ଛାଇ
ତା'ରି ସାଥୀରେ ପିଲେ ବନ୍ଧୁ ବାନ୍ଧିଲେ
ପାରିବ ସୁଖରେ ରହି ।

ସମୟଟା କେବେ ଅଟକି ଯାଇନି
ଜାଣିଛ କି ପିଲେ ତୁମେ
ସମୟ ନଷ୍ଟ କଲେ ଜୀବନ ନଷ୍ଟ
ମନ ଦିଅ ନିଜ କାମେ ।

ସମୟର କର ସଦ୍ଉପଯୋଗ
ତା ସାଥେ ତାଳ ମିଶେଇ
ସମୟକୁ ସଦା କରିଥିବ ସାଥି
ତା ସହ ହାତ ମିଳେଇ ।

ଏଭଳି ଚଳିଲେ ଭଲ ହେବ ସବୁ
ମିଳିବ ପିଲେ ସୁଫଳ
ଭବିଷ୍ୟତରେ ନିଶ୍ଚୟ ହେବ ଜାଣ
ତୁମ ଜୀବନ ଉଜ୍ଜ୍ବଳ ।

ନାମ- ପ୍ରେମଶିଲା ରାଉତ
ଗ୍ରାମ- ବୃନ୍ଦାବାହାଲ
ବ୍ଲକ - ଗୋଲାମୁଣ୍ଡା
ଜିଲ୍ଲା- କଳାହାଣ୍ଡି
ମୋ--୮୦୧୮୮୯୨୩୫୪୬


ରଚନା : ପ୍ରେମଶିଳା ରାଉତ

ଠିକଣା : ବୃନ୍ଦାବାହାଲ,ଗୋଲାମୁଣ୍ଡା,କଳାହାଣ୍ଡି ଦୂରଭାଷ : ୮୦୧୮୯୨୩୫୪୬