ପୁରିଯାଅlନ୍ତା ପେଟ
ମୁଁ ସକାଳରୁ ସଞ୍ଜ ବସି
କବିତା ଲେଖନ୍ତି ।
ଯଦି ଏତେ ସହଜରେ
ଭୁଲି ପାରନ୍ତି ଆମ ପ୍ରେମକୁ
ତେବେ ଆଜିଯାଏ ହୃଦୟରେ
ତୁମକୁ ମୁଁ କାହିଁକି ରଖନ୍ତି
ଲୁଚି ଲୁଚି ତୁମ ଛବି
କାହିଁକି ଦେଖନ୍ତି ।
ମୁଁ ତ ହସି ପାରନ୍ତି ମନଖୋଲା ହସ
ବହୁରୂପୀ ଟିଏ ପରି ସହଜରେ ବଦଳାନ୍ତି ଏଇମୋର ବେଶ
ତୁମେ ଆଉ ରୁହନ୍ତନି
ଏଇ ହୃଦୟରେ
ତୁମକୁ ମୁଁ ଖୋଜନ୍ତିନି
ମୋ ଆଖି ଲୁହରେ ।
ସମାଜରେ ବଞ୍ଚିବା ବେଳରେ
ଯଦି ସିଧା ଆଙ୍ଗୁଠିରେ ବାହାରି ପାରନ୍ତା ଘିଅ
ମୁଁ ଅବା ରାଗତମ
କାହିଁକି ହୁଅନ୍ତି
ଆଖିରେ ଆଖିରେ
ଆଉ ଓଠ ଧାରେ ଧାରେ
ସମାଜକୁ କାହିଁକିବା କଟୁକ୍ତି କରନ୍ତି ।
ଦେହ ମନ ରୋଗ ଦୁଃଖ
ତେଲଲୁଣ ସଂସାର ସଉଦା
କେବେ ଲାଗେ ଅସମ୍ଭବ
କେବେଲାଗେ ଅଧା
ଏ ଜୀବନ ଏ ସଂସାର
ସହଜ ହୋଇଲେ
ବିଭୂହେ ତୁମରି ଦରଜା ଆଡେ
ମଥାପିଟି ମନକଥା କହିବାକୁ
ମୁଁ କିଆଁ ନିଇତି ଯାଆନ୍ତି ।
Writer's Details: ସିଦ୍ଧେଶ୍ଵର ତ୍ରିପାଠୀ
Content Category:
Submission Date: Nov 12, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.