କବିତା - ଅଫେରା ରାଇଜ - ସ୍ମୃତି ରଞ୍ଜନ ପାତ୍ର

0
ମୁଁ ଜାଣେନା....
ପ୍ରଥମେ ଦେଖାରେ
ମତେ ଘାଇଲା କଲେ,
ତାଙ୍କ ର ନୀଳ ନୟନର
ଉତ୍ପଳ ଚାହାଁଣିରେ
ମୁଁ
ସମ୍ମୋହିତ ହେଲି।
ଆଖିର ଇଶାରାରେ
ମନ ଦିଆନିଆ ହେଲା
ଚାନ୍ଦିନୀ ର ତେଜରେ
ମୁଖ ଝଲଛି ତାଙ୍କର,
ସତେ ଦୂର ପାହାଡରେ
ରଶ୍ମିର ସ୍ବର୍ଣ୍ଣିମତେଜ
ଭାସି ଆସୁଛି ପାଖକୁ ।
ହସ ତାଙ୍କ ର ମଧୁଝର
ଝରି ଝରି ଆସୁଛି
ଏ ପିଆସି ପ୍ରେମିକ
ଶୋଷ ମେଣ୍ଟାଇବା ପାଇଁ,
ଧନ୍ୟ ସେ ରାଜଜେମା
ସୌମ୍ଯ ପ୍ରକୃତି ଦେବୀ
ଗଢିଛି ଏ ପରୀ କୁ ।
ହେଲେ ମୁଁ ପାଗଳ
ନିଶାଚର ସାଜି
ଖୋଜି ବୁଲେ ସେ
ରାତ୍ର ଆକାଶେ,
ଜହ୍ନତାରା ମିଶାଇ
ଆଙ୍କେ ମୁଁ ପ୍ରତିଛବି
ଦେଖୁଥାଏ ସାରା ରାତି।
ପୂର୍ବଜନ୍ମ ରେ ବୋଧେ
କିଛି ରହିଯାଇଛି
ତେଣୁ ପାଇଛି ପୁନର୍ଜନ୍ମ,
ପାଇବାକୁ ସେ
ମାଇଲ୍ ବାଟର ଲକ୍ଷ କୁ ।
କେତେ ପ୍ରଶ୍ନ ଉଙ୍କିମାରେ
ମନରେ ମୁଁ ଚାପି ରଖେ,
କାଳେ ପୁଣି ସେ
ଚାଲିଯିବେ ସେ
ଅଫେରା ରାଇଜକୁ।
ସେଥିଲାଗି ସେ ଆସିଥିଲେ
ନୀଳ ନୟନର
ପ୍ରେମ ର ବାଣରେ
ନିଜର କରି ନେବାକୁ,
ମତେ ଫେରାଇ
ନେବାକୁ ସେ
ଅଫେରା ରାଇଜକୁ ।


ରଚନା : Smruti Ranjan Patra

ଠିକଣା : Balighat,Gopalpur, puri-2 pin-752002 ଦୂରଭାଷ : 9348987009

Post a Comment

0Comments
Post a Comment (0)