
ଦଶମ କିଲାସ ଡେଇଁ ।
ଚୁଟି କଟାଠାରୁ ଫେସନରେ ତାର
କୌଣସି ଅଭାବ ନାହିଁ ॥
ବାପା ଧରିଛନ୍ତି ଚିପା ମୋବାଇଲି
ପୁଅ ଧରିଅଛି ଛୁଆଁ ।
ପକେଟେ ପୁଡ଼ିଆ, ଓଠେ ସିଗାରେଟ
ଚିପିକି କାଢୁଛି ଧୂଆଁ ॥
ଜିନିସି ପିଆଣ୍ଟ ପିନ୍ଧିଛି ଯେ ଟୋକା
ଚିରା ଫଟାଫଟା ଦିଶୁଛି ।
ମୁହେଁ ବୋଳି ସିଏ, ସ୍ନୋ ପାଉଡର
ଦରପଣ ଆଗେ ମାଖୁଛି ॥
ଟିକିଟକ କରି ସେଲଫି ଉଠାଇ
ହଜାରେ ମେସେଜ ଛାଡୁଛି ।
ବାଟେ ଘାଟେ ଝିଅ ନଜରେ ଆଇଲେ
ହୁଇସିଲି ଗୀତ ମାରୁଛି ॥
କଲେଜ ଛୁଇଁଲା ନଲେଜ ଉଇଁଲା
ପାଠପଢ଼ା ମନ ଛାଡି ।
ଅଲାଜୁକ ଏହି ନଟିଆ ଆମରି
ବୁଲେଟେ ଆସୁଛି ମାଡ଼ି ॥
0 Comments
You can write now your valuable comments here. Off-topic comments may be removed or deleted without prior notice.