କବିତା - ତୁମେ ଆସିବ ବୋଲି - ପ୍ରଣତି ମହାପାତ୍ର

0

ତୁମେ ଆସିବ ବୋଲି

🌹🌹🌹🌹🌹🌹
ବିନିଦ୍ର ରଜନୀ ବିତିଥିଲା
ତୁମେ ଆସିବ ବୋଲି,
ଆଖିର ପଲକ ନ ପଡୁଥିଲେ ବି
ସ୍ଵପ୍ନରେ ସ୍ଵପ୍ନରେ ଗଢିଥିଲି
ଫୁଲର ତାଜମହଲ,
ଫୁଲର ସହରରେ ଥିଲ
ତୁମେ ଆଉ ମୁଁ।
ତୁମେ ଗାଉଥିଲ ମେଘ ମହ୍ଲାର,
ମୁଁ ବିରହୀ ଶିଖୀ ପରି ପୁଛ
ଟେକି ନାଚୁଥିଲି।
ତୁମେ ଆସିବ ବୋଲି।
ଗଭାରେ ରଜନୀଗନ୍ଧା,
ଆଖିରେ କଜଳ,
ଆଉ ପାଦରେ ଘୁଙ୍ଗୁର ବାନ୍ଧି
ଅନେଇ ବସିଛି,ଗାଇବି ବୋଲି
କାହିଁ ଗଲ ଶ୍ୟାମ ହେ,
ମଲ୍ଲୀମାଳ ଶ୍ୟାମକୁ ଦେବି।
ତୁମେ ଆସିବ ବୋଲି।
ତୁମେ ଆସିଲ ହେଲେ
ସରାଗ ନ ଥିଲା।
ବନ୍ୟା ବାତ୍ୟା ମରୁଡ଼ି ଭଳି
ଚାରିଆଡ଼େ ହାହାକାର ମୟ
କାହିଁକି ନା ତୁମେ କହୁଛ
ତୁମେ ଏବେ ଆଉ କାହାର।
ଝାଳ ଗମ୍ ଗମ୍ ଶରୀର
ନିଦ ଭାଙ୍ଗିଗଲା
ସ୍ଵପ୍ନ ବି ହଜିଗଲା।
ଆଉ ସପନ ଦେଖିବିନି।
କିଏ କହିଲା କେଜାଣି
ତୁମେ ଆସିଲ ବୋଲି ।

🌸🌸🌸🌸🌸

ପ୍ରଣତି ମହାପାତ୍ର
ଫକୀରମୋହନ ନଗର
ବାଲେଶ୍ଵର
7978271728



ରଚନା : Pranati Mahapatra

ଠିକଣା : Fakirmohan Nagar ଦୂରଭାଷ :

Post a Comment

0Comments
Post a Comment (0)