ମନର ଝରକା ଖୋଲି ମୁଁ ଦେଖିଲି
କାହିଁ କେତେ ଦୂରେ, ନୟନ ସେପାରେ
ହୃଦୟ ଯେ ମୋର ଯାଇଛି ହଜି ।
ନିରବରେ କିଏ ନେଇ ଗଲା ଅବା,
ଅଜାଣତେ କାରେ ଦେଇଦେଲି ମୁଁ,
ଖୋଜି ଖୋଜି କେତେ
ହୃଦୟକୁ ମୋର ପାଉନି ଆଜି ।

ଯାହାକୁ ଦେଲି ମୁଁ,
ଅବା ନେଇଗଲା ଯିଏ
ହୃଦୟକୁ ମୋର ପ୍ରେମ ଶରଧାରେ
ସିଏକି ସାଇତି ରଖିବ,
ଅବା ହତାଦରେ ଫୋପାଡି ସେ ଦେବ,
ପୁରୁଣା ଦିନକୁ ଭୂଲିଯିବ ସତେ
ହୃଦୟ ପିରତି ପାଶୋରି ଦେବ ।
ଯଦି କରେ କେବେ ସେଇମିତି ସିଏ
କେମିତି ବଞ୍ଚିବି କହ,
ବିନା ହୃଦୟରେ ପ୍ରେମ ଶୂନ୍ୟ ହୋଇ
ଏ ସାରା ଜୀବନ କେମିତି ବଞ୍ଚିବ ଦେହ ?

☆☆☆●☆☆☆



ରଚନା : ଶ୍ରୀମତି ସଂଯୁକ୍ତା ମହାପାତ୍ର

ଠିକଣା : ପଟିଆ, ଭୂବନେଶ୍ୱର ଦୂରଭାଷ :