ମୁଁ କି ପାପ କରିଥିଲି କେଜାଣି
ହେଲି ଝରା ଶେଫାଳୀ
ଗୋଟିଏ ଦିନ ମୋ ଆୟୁଷ ରାତି
ପୁଣି ଯାଏ ମଉଳି ॥
ହସିବି କି କାନ୍ଦିବି ଜାଣେନା ମୁଁ
ତଥାପି ମୁଁ ଫୁଟୁଛି
ମଲାପରେ ମୋତେ ଦିଅଁଙ୍କ ପାଦେ
ମଣିଷ ଯେ ଥୋଉଛି ॥
ଗନ୍ଧକୁ ମୋର ଛାଡେ ଚତୁଃପାର୍ଶ୍ବ
ଆଶା ନ ରଖି ମନେ
ଜୀବନ ଅର୍ଥ ଏୟା ବୋଲି ଜାଣି
ଝରିଗଲି ମଉନେ ॥

ରଚନା : Diptilekha mishra

ଠିକଣା : ଗୋଇଲୁଣ୍ତି,ବ୍ରହ୍ମପୁର ଫୋନ ନମ୍ବର : ୮୨୬୦୨୮୫୬୧୯