• ସୁବର୍ଣ୍ଣ ବର୍ଣ୍ଣା ତ୍ରିନେତ୍ରା ମହାଦେବୀ ବିଶ୍ଵ ଜନନୀ
• ତ୍ରୈଲୋକ୍ୟ ପାଳିନୀ ଦେବୀ ସୁରେଶ୍ଵରୀ ସିଂହ ବାହିନୀ
• ସର୍ବ ସୁଲକ୍ଷଣୀ ଦେବୀ ଭବାନୀ
• ଚତୁର୍ଭୁଜା ମହାମାୟା ମହିଷାସୁର ମର୍ଦ୍ଦିନୀ ।।

• ଶଂଖ,ଚକ୍ର ଧରା ଦେବୀ ଉଦ୍ୟତ୍ ତ୍ରିଶୂଳ ଧାରିଣୀ
• ଫୁଲ୍ଲାରବିନ୍ଦ ବଦନା ବିରୁପାକ୍ଷ ପ୍ରାଣ ସଂଗିନୀ
• ଗିରି ସୁତା ଦୈମାତୁର ଜନନୀ
• ହାର କୁଣ୍ଡଳ ମଣ୍ଡନା ବିନ୍ଧ୍ୟପର୍ବତ ବାସିନୀ ।।

• ପରମେଶ୍ଵରୀ ଭାରତୀ କୁଳବତୀ କୁଳକାମିନୀ
• ତେଜୋମୟୀ ବିଳାସିନୀ ଗାୟତ୍ରୀ ଚୈତନ୍ୟ ରୂପିଣୀ
• ବିଦ୍ୟା ପ୍ରଦାୟିନୀ ବାଗ୍-ବାଦିନୀ
• ସିଦ୍ଧିଦାତ୍ରୀ କୁମାରୀ ମା ଜଗତ ହିତକାରିଣୀ ।।

• ପରଂବ୍ରହ୍ମ ସ୍ଵରୂପିଣୀ ସର୍ବବେଦମୟୀ ବ୍ରାହ୍ମଣୀ
• ସର୍ବସିଦ୍ଧି ଦାୟୈ ଦେବୀ ସୃଷ୍ଟି ସଂହାର କାରିଣୀ
• ବନ୍ଦେ ଦୁର୍ଗା ଦୁର୍ଗତି ନାଶିନୀ (ତବ)
• ଚରଣାରବିନ୍ଦେ ଶରଣଂ ନମସ୍ତୁତେ ନାରାୟଣୀ ।।

ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି , ଖୋର୍ଦ୍ଧା । ଫୋନ ନମ୍ବର :