ମା' ଆସୁଛନ୍ତି ମରତେ - ମଞ୍ଜୁଲତା ଦେଇ

0
*** ମା' ଆସୁଛନ୍ତି ମରତେ ***

ଶରତେ ମରତ ପରକାଶି ଗଲା
ମନରେ ଉଠେ ପୁଲକ
ନାନା ଜାତି ପୁଷ୍ପେ ମଣ୍ଡିତ ଧରଣୀ
ଗଙ୍ଗ ଶିଉଳୀର ମହକ..

କାଶତଣ୍ଡି ଖେଳେ ନଦୀ ପଠା ଧାରେ
ହଲାଇ ଚାଉଁରି ବେଣୀ
ସବୁଜିମା ଘେରା ବିଲ ଓ ପ୍ରାନ୍ତର
ଶିଶିର ଭିଜା ଧରଣୀ...

ସୁନୀଳ ଗଗନ ସ୍ଵଚ୍ଛ ଦିଶିଲାଣି
ବରଷା ଗଲାଣି ଛାଡି
କଦବା କେମିତି ବିଜୁଳି ଚମକେ
ମାରୁଥାଏ ଘଡଘଡି...

ସାଗର ବେଳାରେ ଧିର ସମୀରଣ
ରୋମାଞ୍ଚିତ ଦେହ ପ୍ରାଣ
ପୂର୍ଣ୍ଣମୀର ଶଶୀ ହାତେ ପଡେ ଖସି
ପୁଳକିତ ହୁଏ ମନ...

ମଙ୍ଗଳ ଗୀତିକା ଦୁରୂ ଶୁଭିଲାଣି
ଶୁଭୁ ଅଛି ଘଣ୍ଟା ଧ୍ୱନି
ସରଗୁ ଓହ୍ଲାଇ ଆସୁଛନ୍ତି ମାଆ
ଚାହିଁଛି ପ୍ରକୃତି ରାଣୀ

ବ୍ରାହ୍ମଣ ପବିତ୍ର ମନ୍ତ୍ର ଧ୍ୱନି ମଧ୍ୟେ
ପାଇବେଟି ଜୀବନ୍ୟାଶ
ମାଟି ମୂର୍ତ୍ତୀକାରେ ପ୍ରାଣ ଭରିଯିବ 
ମହକିବ ଝୁଣା ବାସ...

ଆସ ଆସ ମାଆ ମର୍ତ୍ତ୍ୟ ଅବତରୀ
ଦୁଃଖ ଦ୍ଵେଷ କର ଦୂର
ତୁମରି ପରଶେ ହସୁ ଏ ଧରଣୀ
ଘୁଞ୍ଚି ଯାଉ ଅନ୍ଧକାର...

ଭରି ଦିଅ ମାଆ ସବୁରି ହୃଦୟେ
ମାନବିକତାର ଭାବ
ଦୟା, କ୍ଷମା, ପ୍ରେମ ଭାଇ ଭାଇପଣ
ହେଉ ସବୁରି ସ୍ୱଭାବ..

କରୁଣାମୟୀ ମା' କରୁଣା କରିବୁ
ଅଜ୍ଞାନତା ଯାଉ ଚାଲି
ନ ରହନ୍ତୁ କେହି ଭୋକିଲା ପେଟରେ
ଦୁଃଖ ସବୁ ଯାନ୍ତୁ ଭୁଲି....

ଭକ୍ତର ଆବେଗେ ଗୁହାରୀ କରୁଛି
ବାର ବାର ଆସ ତୁମେ 
ସମାଜରୁ ଦୁଷ୍ଟ ଦୈତ୍ୟ ନାଶ କରି
ଅଭୟ ଦିଅ ହେ ଜନେ ...

ମଞ୍ଜୁଲତା ଦେଇ 
ଠିକଣା -ଡି 2 8/3, 
ନୂଆ ଗମେଣ୍ଟ କଲୋନୀ , 
ଗଜପତି ନଗର , ଭୁବନେଶ୍ଵର

Post a Comment

0Comments
Post a Comment (0)