● ଆସବାରେ ନବଦୂର୍ଗା●

ନମଃ ନମଃ ମା' ଦୁର୍ଗତିନାଶିନୀ
ନମସ୍ତେ ବ୍ରହ୍ମଚାରିଣୀ
ନମଃ ନମଃ ମା' ତ୍ରିପୁରମୋହିନୀ
ନମସ୍ତେ ମା' କାତ୍ୟାୟନୀ..!

ନମଃ ନମଃ ମା' ମହିଷାମର୍ଦ୍ଦିନୀ
ନମସ୍ତେ ମା' କାଳରାତ୍ରୀ
ଘେନ ମୋ ପ୍ରଣତି ମହାଗୌରୀ ମାତା
ନମସ୍ତେ ମା' ସିଦ୍ଧିଧାତ୍ରୀ..!

ଧରଣୀ ଲଲାଟେ ଅନ୍ୟାୟ ଅନୀତି
ହେଲାଣି ଏବେ ଉଛୁର
ଅବତରି ଆସ ନବଦୂର୍ଗା ମାଆ
ନାଶିବାକୁ ପାପ ଭାର..!

କଳଙ୍କ କାଳିମା ଛାତିତଳେ ଚାପି
ହସନ୍ତି ଅସୁର ଘରେ
ଦେଖିଯାଅ ବାରେ ଶତ ଶତ ଦୈତ୍ୟ
ବେଢିଲେଣି ମହିପରେ..!

ପ୍ରତି ନେତ୍ର ଆଢୁଆଳେ ଲୁଚିଅଛି
କାମନା ଲାଳସା ଚୋର
ପ୍ରତି ପ୍ରାଣେ ଆଜି ଦୁରାଚାରୀ ଭାବ
ସୂଦୀପ୍ତ ମହିଷାସୁର..!

ତୀକ୍ଷ୍ଣ ଖଡ୍ଗ ଧାରେ ଛିନ୍ନ କର ଶିର
ପୂଣ୍ୟ ହେଉ ସଂସ୍ଥାପନ
ଧର୍ମ କଳିକା ଖିଲିଖିଲି ହସୁ
ସୁବାସେ ବୋହି ଚନ୍ଦନ..!

ଆସ ଆସ ବାରେ ନବଦୂର୍ଗା ମାଆ
ଦଶଭୂଜେ ଅସ୍ତ୍ର ଧରି
ତୁମ ଆଗମନେ ଧରିତ୍ରୀ ଶ୍ରୀଅଙ୍ଗୁ
କଳୁଷ ଯାଉ ଅପ୍ସରୀ..!

×××××××××××××
*ଶିବ ଚରଣ ମହାପାତ୍ର*
*ଚକ୍ରଧରପୁର:କେନ୍ଦୁଝର*
*ଦୁରଭାଷ:-9439680230*


Sent from my Samsung Galaxy smartphone.