ଧାଇଁ ଆସିଛ ହେ ସଖା
                ବି.ନିରୁପମା

ତୁମ ବଂଶୀ ସିନା ଗାଏ ରାଧା ନାମ
ଯମୁନା କୂଳରେ ନିତି ,
ମୋ ବୀଣା ଝଙ୍କାରେ କୃଷ୍ଣ ନାମ ତୋଳି
ଗଲାଣି ତ ଦିନ ବିତି ।

ଗଗନେ ପବନେ କୃଷ୍ଣ କୃଷ୍ଣ ନାମ
ହେଉଅଛି ପ୍ରକମ୍ପିତ ,
ତରୁ ଲତା ସହ ଜୀଵ ଗଣ ଯେତେ
ଶ୍ରବଣରେ ବିମୋହିତ ।

ମୋତେ ସବୁବେଳେ ଅଧୈର୍ଯ୍ୟ କରାଅ
ଆଜି ତୁମର କି ଦଶା ,
ସବୁ କାର୍ଯ୍ୟ ଛାଡ଼ି ଏଠି ବସିଅଛ
ମୁଖୁଁ ସ୍ଫୁରୁନାହିଁ ଭାଷା ।

କାହିଁ ଗଲା ତୁମ୍ଭ ଦମ୍ଭ ହେ ମୋହନ
ସେ ନଟ ନାଗର ଠାଣି ,
ଗୋରୁପଲ ଘେନି ଯାଇଥିଲ ବନେ
କେହ୍ନେ କେ ଆଣିଲା ଟାଣି !!

ମୋ ବୀଣା ଝଙ୍କାରେ ନିଜକୁ ପାସୋରି
ଧାଇଁ ଆସିଛ ହେ ସଖା ,
ତୁମ ବଂଶୀ ଧ୍ୱନି ଶୁଣି କେହ୍ନେ କୁହ
ଘରେ ମୁଁ ରହନ୍ତି ଏକା !!

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।