କବିତା - ମନ ଭଜରେ - ଘନଶ୍ୟାମ ସାହୁ

0
ମନ ଭଜରେ ଭଜରେ ଗୁରୁ ଶ୍ରୀ ହରି
ପାପ ପଙ୍କରୁ ହେବୁ ଯେବେ ତୁ ପାରି ।।୧।
ମର୍ତ୍ତ୍ଯେ ହେଲୁ ଜନମ
ଭୁଲିଲୁ ହରି ନାମ,
ମୋହ ମାୟାର ଭ୍ରମ
ପାଇ ସେନେହ ପ୍ରେମ,
ପୂରୁବ କଥାକୁ ସବୁ ଦେଲୁ ପାସୋରି ।।୧।
ଧୂଳିବାଲିରେ ଖେଳ
ସରିଲା ବାଲ୍ୟ କାଳ,
ହେଲା ପରୀକ୍ଷା ବେଳ
ଦୁନିଆଁ ମନ୍ଦ ଭଲ,
ସୁନେଲି ସପନ ଦେଖି ହେଲୁ ରେ ଘାରି ।।୨।
ଆସିଲା ଯଉବନ
ହେଲୁ ପ୍ରେମେ ମଗନ,
ନ ଦିଶେ କିଛି ଆନ
ବ୍ଯର୍ଥେ ବିତିଲା ଦିନ,
ସଂସାର ତୋ ବୁଝୁ ବୁଝୁ ଗଲୁ ରେ ସରି ।।୩।
ମାୟା ଜାଲରେ ପଡ଼ି
ବିକଳେ ଦେବୁ ରଡ଼ି,
ହରିନାମକୁ ଧରି
ହୋଇବୁ ଭବୁ ପାରି,
ଭଜରେ ଶ୍ରୀ ପାଦପଦ୍ମେ ନକରି ଡେରି ।।୪।


ରଚନା : ଘନଶ୍ୟାମ ସାହୁ, ସହ-ସମ୍ପାଦକ,ତ୍ରିଧାରା ସାହିତ୍ୟ ସଂସଦ,ବଇଣ୍ଡା,

ଠିକଣା : ଘନଶ୍ୟାମ ସାହୁ ବଇଣ୍ଡା ଅନୁଗୋଳ ଦୂରଭାଷ : ୭୯୭୮୦୫୭୬୯୫


Post a Comment

0Comments
Post a Comment (0)