ରଙ୍ଗ ପିଚକାରି ଦିଅ ଲୋ
                 ବି.ନିରୁପମା

ରଙ୍ଗ ପିଚକାରି ଦିଅ ଲୋ ,
         ଅବିର ପସରା ନିଅ ଲୋ
ଛପି ଛପି ଏଣେ ଯାଅ ଲୋ....
କହ୍ନେଇ ଆସୁଛି ବରଜ ଦାଣ୍ଡରେ
ସାବଧାନ ତାକୁ ଥାଅ ଲୋ ।(ଘୋଷା)

ସଖାଙ୍କ ସଙ୍ଗରେ ହୋଇକରି ମେଳି ,
ଆସୁଛି ଦାଣ୍ଡରେ ରଙ୍ଗ ଖେଳି ଖେଳି ।
ମିଶିକି ଅବିର ଦେବା ତାକୁ ବୋଳି
ଖୋଜିକରି କିଛି ଖିଅ ଲୋ  ।(୧)

ରଙ୍ଗ ପିଚକାରି ଦିଅ ଲୋ ,
            ଅବିର ପସରା ନିଅ ଲୋ...

ଆମକୁ ଦେଖିଲେ ଛାଡ଼ିବନି କାହ୍ନା ,
ରଙ୍ଗ ବୋଳି ଦେବ କରିଲେବି ମନା ।
ସେଥିପାଇଁ ପରା ଏସବୁ ବାହାନା
କରିବା ବରଜ ଝିଅ ଲୋ ।(୨)

ରଙ୍ଗ ପିଚକାରି ଦିଅ ଲୋ ,
          ଅବିର ପସରା ନିଅ ଲୋ...

ଛପି ଛପି ଏଣେ ଯାଅ ଲୋ....
କହ୍ନେଇ ଆସୁଛି ବରଜ ଦାଣ୍ଡରେ
ସାବଧାନ ତାକୁ ଥାଅ ଲୋ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।