ସମୟ ଆଗରେ ବନ୍ଧା ପଡ଼ିଛି ମୋର ସବୁ ଖୁସି...
ସତେ ଯେମିତି ମୋ ମୁହଁ ର ହସ ମୋ ଠାରୁ ହିଁ ଯାଇଛି ଋଷି..
ତଥାପି ମୁଁ ହାରିନି ତଥାପି ମୁଁ ଥକିନି ବଞ୍ଚିଛି ନୂଆଁ ଆଶା କୁ ନେଇ...
ସତେ ଯେମିତି ହାରିବା ଜିତିବା ର ଦୌଡ଼ ରେ ମୋର ଜୀବନ ର ସବୁ ସୁଖ ଲୁଚି ଯାଇଛି ନିଜ ମଥା ନୂଆଁଇ...
ମୋ ସହ ମୁଁ ଆଜି ଏକା ଏକା...
କିଛି ବିଶ୍ୱାସୀ ଲୋକ ଙ୍କୁ କରି ମୁଁ ଅନ୍ଧବିଶ୍ୱାସ
ଜୀବନ ରେ କେତେ ପାଇଛି ମୁଁ ଧୋକା...
ସମୟ ର ସୁଅ ଓ ଆଖି ର ଲୁହ ଭସାଇ ନେଇଛି କେତେ ଯେ ସ୍ବପ୍ନ କୁ ମୋର...
ଯେଉଁମାନେ ଥିଲେ ଦିନେ ମୋର ଅତି ଆପଣାର...
ସେମାନେ ଚାଲି ଯାଇଛନ୍ତି ମୋ ଠାରୁ ଆଜି ଅନେକ ଦୂର...।

ରଚନା : ସାଇ ପ୍ରସାଦ ମହାପାତ୍ର

ଠିକଣା : ବାଂଙ୍ଗଲୋର,କର୍ଣ୍ଣାଟକ ଫୋନ ନମ୍ବର : 9686274750