ନୂଆ ଆକାଶ'ର ନୂଆ ତାରା ଆମେ
ନିଇତି ଝଲସି ଉଠୁ,
ଡରିଯିବୁ ନାହିଁ ଅନ୍ଧାର ରାତିକୁ
ନଭପୁଷ୍ପ ହୋଉ ଫୁଟୁ ।
ଜାତିବର୍ଣ୍ଣ ନାହିଁ ଆମ ଚଲା ପଥେ
ବୀରପଣେ ହେବୁ ଜନ୍ମ,
ଟିକି ଟିକି କଳି ସୁବାସ ଭରିବୁ
ଜଗତେ ଆମର ଧର୍ମ ।
ଗଢି ତୋଳିବାକୁ ଶପଥ କରିଛୁ
"ନୂଆ ରାଇଜର ରାଜା",
ନାହିଁ ହିଂସା ଗୁଣ ଆମରି ନୀତିରେ
ସୁଖେ ବଞ୍ଚିବେ ପରଜା ।
ଗୁରୁଜନ ଠାରୁ ଶିକ୍ଷା ପାଉଥିବୁ
ବିକଶିତ କରି ଗୁଣ,
ନ୍ୟାୟ ପଥ ପଥେ ପଥିକ ସାଜିବୁ
ଅହିଂସା ମାର୍ଗରେ ଧ୍ଯାନ ।
ତୃଷାତୁର ପ୍ରାଣେ ଅମ୍ବୃତ ଯୋଗାଇ
ଜୀବନ ରକ୍ଷା କରିବୁ,
ରୋଗୀ ପାଇଁ ସେବା ଅନ୍ଧ ପାଇଁ ଚକ୍ଷୁ
ସଦାବେଳେ ସାହା ହେବୁ ।
ବୁଦ୍ଧି ଗୁଣ ଆମ କପଟ ନୋହିବ
ସ୍ବଚ୍ଛଳ ପରାଣ ମନ,
ବଡ ହୋଇ ଦିନେ ଉଡାଇବୁ ଯଶ
ଭାରତ ମା'ର ସନ୍ତାନ ।
ପୂରୁବ ପୌରଷ ପୂରୁବ ବିଶ୍ବାସ
ଫେରାଇବୁ ସତ୍ୟ ଧାମେ,
ପୂରୁବ ମହିମା ପୂରୁବ ଗରିମା
ଦେଖାଇବୁ ଏଇ ଜନ୍ମେ ।
ମିଥ୍ୟା ଭ୍ରଷ୍ଟ ଦଳ ନିପାତ କରିବୁ
ହଜିବ ପାଖଣ୍ଡୀ ବଳ,
ପାଦକୁ ଲେହନ କରଇ ନିର୍ଲଜ
ପାଇବାକୁ ତୁଣ୍ଡ ଲାଳ ।


ରଚନା : ଭଜରାମ ସେଠୀ

ଠିକଣା : ଗଂଜାମ ,ନିରାଳ ଦୂରଭାଷ : 9566876504