ହେ ବିଶ୍ୱ ନିୟନ୍ତା ରହିଛି ଅଚିନ୍ତା
ଚିନ୍ତାମଣି ନାମ ଧ୍ୟାୟୀ,
ତୁମେ ଅନ୍ତର୍ଯ୍ୟାମୀ ଅନ୍ତଃ ପାର ଜାଣି
ଦୀନବନ୍ଧୁ ଭାବଗ୍ରାହୀ ।
ମାନବ ଜୀବନ ଦେଇଛ ପ୍ରଭୁ ହେ
କରିବାକୁ ହେବ କର୍ମ,
ଏ ଘୋର ଜଞ୍ଜାଳ ମିଛ ମାୟା ଖେଳ
ସବୁ ତୁମରି ଭିଆଣ ।
ନାହିଁ ମୋର କିଛି ସବୁ ସମର୍ପିଛି
ମୁହିଁ ନିମିତ୍ତ ମାତର,
କରି କରାଉଛ ସର୍ବ ଘଟେ ଅଛ
କେ ପର କେ ଆପଣାର ।
ରହିଛି ଭରସା ଶ୍ରୀ ପୟରେ ଆଶ୍ରା
ପୂର୍ଣ୍ଣ ହେବ ମନସ୍କାମ,
ତୁମ ନାମ ଗାଇ ଶ୍ରୀ ମୁଖକୁ ଚାହିଁ
ଜୀବ ଯିବ ତୁମ ଧାମ ।

ରଚନା : ଘନଶ୍ୟାମ ସାହୁ

ଠିକଣା : ସହ ସମ୍ପାଦକ-ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ । ଫୋନ ନମ୍ବର : ୭୯୭୮୦୫୭୬୯୫