**********************************
ଆକାଶ ହସଇ ନୀଳ ମେଘ କୁଞ୍ଜେ
କଳାମେଘୀ ଶାଢୀ ପିନ୍ଧି,
ଶୀତଳ ଜଳୀୟ ମଣ୍ଡଳେ ଖେଳଇ
ତୃଷ୍ଣା ଜଳ ହୃଦେ ବିନ୍ଧି ।୧।
ମଣ୍ଡୁକ ନିନାଦ ଜଳ ପାଇ ସ୍ବାଦ
ସାରୁ ବୃକ୍ଷ ବୁଦା ତଳେ,
ପ୍ରେମ ଗୀତି ସୁରେ କମ୍ପନ ଅଧରେ
ପ୍ରୀତି ସଙ୍ଗ ବର୍ଷା ଜଳେ । ୨।
ପିମ୍ପୁଡି ଯତନ ଖାଦ୍ୟ ଅନ୍ଵେଷଣ
ନୀତି ରୀତି ତୃପ୍ତି ଧରା,
ଅଳସ ବିନାସ ଦିବ୍ୟ କାନ୍ତ ଦେଶ
ଜୀବନ ଜଞ୍ଜାଳ ଧାରା ।୩।
କଳାମେଘ ଦେଖି ପୁଚ୍ଛ ଖୋଲି କେକୀ
ନୃତ୍ୟ ଆରମ୍ଭିଲେ ବନେ,
ବାଂଉଶ ନଇଁ ସେ ପ୍ରଣାମ କରଇ
କଳାମେଘୀ ପ୍ରୀତି ବାଣେ ।୪।
ଦୁବ ଘାସ ଯେତେ ଅନାଇ ଆନନ୍ଦେ
ଛନ ଛନ ମୁଖ କଲେ ,
ଆକାଶୁ ପୀୟୂଷ ଧାର ଧାର ଝରି
ରସାରେ ରସ ଭରିଲେ ।୫।
କଳାମେଘୀ ଶାଢୀ ଗିରିଶୃଙ୍ଗ ବେଢି
ଭ୍ରମଣ କରିଲେ ଗୋରୀ,
ଅମ୍ବରେ ଉଦୀଚୀ ପାର୍ବଣ ଶ୍ରାବଣ
ବରଷା ଭରସା କରି ।୬।
ହରଷ ବଦନୀ ପ୍ରକୃତି ମୋହିନୀ
ପ୍ରୀତି ତୃପ୍ତି ପୟଧାରେ,
ପୟରେ ଚୁମ୍ବନ ଚୁମ୍ବି ଦେଲା ଘନ
ବର୍ଷାଜଳେ ସତୀପୁରେ ।୭।
କେଶ ମେକୁଳା ସେ କରନ୍ତି ଦୁର୍ବଳା
ସବୁଜ ବରନା ପରୀ,
ଭୂଲତା ନଚାଇ ହୃଦକୁ ଫୁଲାଇ
ଫୁଲିଲେ ଯୁବା ସୁନ୍ଦରୀ ।୮।
*********************************
ଭଜରାମ ସେଠୀ, ନିରାଳ, ଗଂଜାମ
ରଚନା : ଭଜରାମ ସେଠୀ
ଠିକଣା : ନିରାଳ ଗଂଜାମ ଦୂରଭାଷ : 9566876504
Sent via Google Forms Email
