ପ୍ରତିଟି ରାତିରେ ଆସ ତୁମେ ଜହ୍ନ
ଉଆଁସରେ ଆସ ନାହିଁ ,
ସେଇଦିନ କିନ୍ତୁ ତୁମ ପଥ ଚାହିଁ
ଫୁଲି ଫୁଲି କାନ୍ଦେ କଇଁ ।(ଘୋଷା)

ଏତେ ଦୂରେ ଥାଇ କଇଁ ସାଥେ ଭାବ
ଲଗାଇଲ ତୁମେ ଯେବେ ,
ଏଇ କଥାକୁ କି ଜଣାଇ ନ ଥିଲ
ଜହ୍ନ ହେ ତାହାକୁ କେବେ !
ଜାଣିଥିଲେ କିବା-ସାରା ରାତି ଚେଇଁ
ରହନ୍ତା ତୁମକୁ ଚାହିଁ ।(୧)
ସେଇଦିନ କିନ୍ତୁ ତୁମ ପଥ ଚାହିଁ
ଫୁଲି ଫୁଲି କାନ୍ଦେ କଇଁ....

ପ୍ରତିଟି ରାତିରେ ଆସ ତୁମେ ଜହ୍ନ
ଉଆଁସରେ ଆସ ନାହିଁ ,
ସେଇଦିନ କିନ୍ତୁ ତୁମ ପଥ ଚାହିଁ
ଫୁଲି ଫୁଲି କାନ୍ଦେ କଇଁ....

ପୁନେଇ ରାତିରେ ନୀଳ ସାଗରର
ଲହରୀ ମୋହରେ ପଡ଼ି ,
ମଜିଯାଅ କିବା ଭାବନାରେ ତା'ର
କୁମୁଦିନୀ ସଙ୍ଗ ଏଡ଼ି ।
ସରି ସରି ଯାଏ ସାରା ରାତି ସିନା
ତୁମ ଦେଖା ମିଳେନାହିଁ ।(୨)
ସେଇଦିନ କିନ୍ତୁ ତୁମ ପଥ ଚାହିଁ
ଫୁଲି ଫୁଲି କାନ୍ଦେ କଇଁ....

ପ୍ରତିଟି ରାତିରେ ଆସ ତୁମେ ଜହ୍ନ
ଉଆଁସରେ ଆସ ନାହିଁ ,
ସେଇଦିନ କିନ୍ତୁ ତୁମ ପଥ ଚାହିଁ
ଫୁଲି ଫୁଲି କାନ୍ଦେ କଇଁ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।