ବଦଳିଆ ଭୂଗୋଳ,
ବଦଳିଆ ମାନଚିତ୍ର,
ମାନଚିତ୍ରରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ,
ନୂଆ କେନ୍ଦ୍ରଶାସିତ ଅଂଚଳକୁ ସଭିଏଁ କରନ୍ତି ସ୍ୱାଗତ |
ଜାମ୍ମୁ -କାଶ୍ମୀର ଏବଂ ଲଦାଖ,
ଆମ ଭାରତର ମୁକୁଟମଣି ଆମ ଭୂସ୍ଵର୍ଗ
ଆଜି ଏକ ନୂଆ ପରିଚୟ ପାଇଛି |
ଏକ ନୂଆ ଯୁଗର ପ୍ରାରମ୍ଭ ଏବଂ ନୂଆ ସକାଳର
ଆରମ୍ଭ ହୋଇଛି |
ଭାରତର ସମ୍ଭିଧାନରେ ଅସ୍ଥାୟୀ ରୂପେ ଯୋଡି
ହୋଇଥିବା ଅନୁଛେଦ ଉପରେ ଲାଗିଛି କଟକଣା |
ରାଇଜ ସଂଖ୍ୟା 28 କୁ ହେବା ବେଳେ
କେନ୍ଦ୍ରଶାସିତ ସଂଖ୍ୟା ଏବେ 9 କୁ ବଢିଛି |
370 ଅନୁଛେଦର ଉଚ୍ଛେଦ ଏକ ନୂଆ ଇତିହାସ ସୃଷ୍ଟି କରିଛି |
ଆଜି ମାଟି ମା' ଖୁସି , ଭାରତବାସୀ ଖୁସି , ସବୁଆଡେ ଖୁସିର ଲହରୀ |
କିନ୍ତୁ ସେଇ ଖୁସିର ମାହୋଲରେ ଜଣେ କୁଶଳୀ ନେତ୍ରୀ ସଭିଙ୍କୁ
ଲୁହର ସାଗରରେ ଭସାଇ ଦେଇ ଆରପାରିକୁ ଚାଲିଯାଇଛନ୍ତି |
ସମସ୍ତେ ମର୍ମାହତ , ସଭିଏଁ ଆଚମ୍ବିତ ...
ତାଙ୍କର ଆକସ୍ମିତା ମୃତ୍ୟ ଖବର ସମସ୍ତଙ୍କୁ ଶକ୍ତ ଧକ୍କା ଦେଇଛି,
କିନ୍ତୁ ଯାହା ସତ୍ୟ ତାହା ସତ୍ୟ,
ଏବଂ ଏହି ସତ୍ୟକୁ ସଭିଙ୍କୁ ମାନିବାକୁ ହେବ ,
ମୁଁ ତାଙ୍କ ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ପାର୍ଥନା କରୁଛି |

Writer's Details: Ranjita Das , NIT Rourkela, Odisha , India .
Content Category:
Submission Date: Aug 07, 2019