ଋତୁରାଜ ଆସେ ମନ୍ଦ ପବନର ହିଲ୍ଲୋଳରେ ଝୁଲି ଝୁଲି
ଫଗୁଣ ଆସଇ ପଂଚୁଦୋଳ ନେଇ ସାଥିରେ ପରବ ହୋଲି ।
ହିରଣ୍ୟକଶ୍ୟୁପ ଭଉଣୀ ହୋଲିକା ପ୍ରହ୍ଲାଦେ ମାରିବ ବୋଲି
ଅଗ୍ନିରେ ପ୍ରବେଶି ପୋଡିମଲା ସିଏ ସ୍ମୃତି ତା'ପାଳନ ହୋଲି ।
ଜୀବନ ଆମର ସାତରଂଗେ ରଂଗା ବାଘନିସ(କୁ)ହଲାନା
ଫଗୁ ରଂଗ ବିଂଚି ବସନ୍ତ ରୋଗକୁ କହିବା ଆମେ ଆସନା ।
ପଂଚ ଦିନ ଆଗୁ ପରେ ପାଂଚ ଦିନ ଦଶଦୋଳ କିଏ ପାଳେ
ରାଧାମାଧବଙ୍କ ଚାଚେରୀ ପ୍ରସାଦ ଝୁଲି ଝୁଲି ବୁଲ ଦୋଳେ ।
ରଂଗର ପରବ ସବୁଠୁ ଅପୂର୍ବ ଭାଇବଂଧୁ କୋଳାକୋଳି
ରାଗଦ୍ୱେଷ କମି ପ୍ରେମରାଗ ବଢେ ଏଇତ ମହାନ ହୋଲି ।
ଅଭିମାନୀ ରାଧା ଚଂଦ୍ରାବଳି ସହ ପଠାଏ କୁଂଜେ ଦୁତିକା
ରସରାଜ କୃଷ୍ନ ଋତୁରାଜ ସାଥେ ଷୋଳ ସହଶ୍ର ଗୋପିକା।
ରଂଗଖେଳ ଆଜି ବିଷାକ୍ତ ହେଲାଣି ହାନିକାରକ ରଂଗରେ
ଜୈବରଂଗ ଭୁଲି ହୋଲି ହୁଏ ଆଜି ଅପ୍ରାକୃତିକ ଢଂଗରେ ।
ଜାତୀୟ ପରବ ନାମଟି ରଖିବା ଲଗାଇ ଜୈବିକ ରଂଗ
ସଂସ୍କୃତିର ଧରୋହର କାହିଁ ଧର ଅପ ସଂସ୍କୃତିର ମଂଗ ।

Writer's Details: ବିଶ୍ୱେଶ୍ୱର ମାଝୀ
Content Category:
Submission Date: Aug 07, 2019