ଏକାକାର ହେଉଥାଏ ମାଟି ଓ ଆକାଶ
ଅନନ୍ତ ଯୁଗର ତୃଷ୍ଣା ନେଇ
ସୃଜିବାକୁ ସୃଷ୍ଟିର ଓମ୍ କାର
ମହାମିଳନର ମୁଦ୍ରାରେ ପୁରୁଷପ୍ରକୃତି ।
ଗଛଲତା ଗୁଳ୍ମସବୁ ଚମକୁଥାଏ
ଗାଁ ପୋଖରୀରୁ ସଦ୍ୟ ସ୍ନାନସାରି
ଉଠି ଆସୁଥିବା ନୂଆ ବୋହୂଟିଏ ପରି
କିମ୍ବା ପୁଣି କେବେ କେବେ ଲାଗେ
ବରଷାରେ ଭିଜୁଛନ୍ତି ଅବା ସ୍ବର୍ଗର ଅପ୍ ସରୀ ।
ମର୍ତ୍ତ୍ୟକୁ ଓହ୍ଲେଇ ଆସିଛି କି ସ୍ବର୍ଗ
ନୀଳ ଆକାଶର ବୁକୁଚିରି ???

Writer's Details: ଘନଶ୍ୟାମ ମହାନ୍ତ
କରଦାଙ୍ଗୀ, ତେଲକୋଇ, କେନ୍ଦୁଝର
Content Category:
Submission Date: Aug 11, 2019