କବିର କାବ୍ୟ କୁସୁମ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
• ବାସବ କାନନ         ଶୋଭିତ କୁସୁମ
• ସମାନ କିଶୋରୀ      ଶୋଭା ଅପଘନ
• ଶରତ କାଳିନ    କି ଚନ୍ଦ୍ର ବଦନ
• ଚଳ ଚଞ୍ଚଳା ରେ   ନିରଜ ନୟନ
• ବାନ୍ଧି ନିଏ କବି ମନ , ସଖୀ ରେ , 
• ବାସବ କାନନ…।।
•
• ସୁର ପୁର ବାଳା     ଲବଣୀ ପିତୁଳା
• କରିନ୍ଦ୍ର ଗମନା              ଗୋ ନବ ଛଇଳା
• ସୈାରଜଗତର    ଉଜ୍ବଳ ନକ୍ଷତ୍ର
• ପାହାନ୍ତି ଲଗନ    ଧ୍ରୁବତାରା ସେତ
• ବିହ୍ଵଳିତ କରେ ମନ , ସଖୀ ରେ ,
• ବାସବ କାନନ…।।
•
• ଅବା ତିଳୋତ୍ତମା    ପରୀ ରାଜ ଜେମା
• ସୁଧର୍ମା ସଭାର            ଉର୍ବଶୀ କି ମେନା
• ନହେବେ ସମାନ     ଏ ନାରୀ ରତନ
• ପଟାନ୍ତର ନୁହେଁ       କାମଦେବ ବାମା
• କବିର କାବ୍ୟ କୁସୁମ , ସଖୀ ରେ ,
• ବାସବ କାନନ…।।
•
• ରାତିର ସପନ     ଆଖିରେ ତା ମୁହଁ
• ସେ ଚିତ୍ର ପ୍ରତିମା    ପ୍ରେମେ ଅସାମାନ୍ୟ
• ନଦିଅଇ ଧରା   ହୁଅଇ ବିଲିନ
• ଶୂନ୍ୟ, ବିରହ    ଯାତନା ଜ୍ଵଳନ 
• ଆନମନା କରେ ମନ , ସଖୀ ରେ ,
• ବାସବ କାନନ…।।

Post a Comment

0Comments
Post a Comment (0)