ବାସବ କାନନ         ଶୋଭିତ କୁସୁମ
ସମାନ କିଶୋରୀ      ଶୋଭା ଅପଘନ
ଶରତ କାଳିନ    କି ଚନ୍ଦ୍ର ବଦନ
ଚଳ ଚଞ୍ଚଳା ରେ   ନିରଜ ନୟନ
ବାନ୍ଧି ନିଏ କବି ମନ , ସଖୀ ରେ , 
ବାସବ କାନନ…।।
ସୁର ପୁର ବାଳା     ଲବଣୀ ପିତୁଳା
କରିନ୍ଦ୍ର ଗମନା              ଗୋ ନବ ଛଇଳା
ସୈାରଜଗତର    ଉଜ୍ବଳ ନକ୍ଷତ୍ର
ପାହାନ୍ତି ଲଗନ    ଧ୍ରୁବତାରା ସେତ
ବିହ୍ଵଳିତ କରେ ମନ , ସଖୀ ରେ ,
ବାସବ କାନନ…।।
ଅବା ତିଳୋତ୍ତମା    ପରୀ ରାଜ ଜେମା
ସୁଧର୍ମା ସଭାର            ଉର୍ବଶୀ କି ମେନା
ନହେବେ ସମାନ     ଏ ନାରୀ ରତନ
ପଟାନ୍ତର ନୁହେଁ       କାମଦେବ ବାମା
କବିର କାବ୍ୟ କୁସୁମ , ସଖୀ ରେ ,
ବାସବ କାନନ…।।
ରାତିର ସପନ     ଆଖିରେ ତା ମୁହଁ
ସେ ଚିତ୍ର ପ୍ରତିମା    ପ୍ରେମେ ଅସାମାନ୍ୟ
ନଦିଅଇ ଧରା   ହୁଅଇ ବିଲିନ
ଶୂନ୍ୟ, ବିରହ    ଯାତନା ଜ୍ଵଳନ 
ଆନମନା କରେ ମନ , ସଖୀ ରେ ,
ବାସବ କାନନ…।।