ଦୟାର ସାଗର ହରି
           ଦୀନ ଦୁଃଖ ପରିହର
ଦୀନବନ୍ଧୁ ନାମ ବହି
           କରୁଛ କିଆଁ ଉଚ୍ଛୁର । ୦

ଦରହସିତ ବଦନ
           ଦିଶ କେଡେ ଶୋଭାବନ
ଦୟଣା ତୁଳସୀ ଦଳ
          ଶୋହେ ହୋଇ କଣ୍ଠହାର । ୧

ଦାରୁବ୍ରହ୍ମ ନୀଳାଚଳେ
            ଦିବାନିଶି ଭକ୍ତମେଳେ
ଦିବ୍ୟ ଲୀଳା ରଚୁଅଛ
             ଭାଇ ଭଉଣୀ ସଙ୍ଗର । ୨

ଦୁଃସହ ଜୀବନ ଜାଳେ
           ଦୂଷିତ ମୁଁ ଦୁଃଖଘୋରେ
ଦୟାର ଭିକାରି ମୁଁ ଯେ
           କର କର ପ୍ରତିକାର । ୩

ଦୁନିଆ ମାଲିକ ହୋଇ
           ଦେଉଳରେ ଭାବଗ୍ରାହୀ
ଦିଅଁ ହୋଇ ବସିଅଛ
            ଦୀନ ଦୁଃଖ ଦୂରକର । ୪
ତାପସ କୁଟୀର, ବଇଣ୍ଡା, ଅନୁଗୋଳ ।

Writer's Details: ରମେଶ ଚନ୍ଦ୍ର ମିଶ୍ର
ତାପସ କୁଟୀର, ବଇଣ୍ଡା, ଅନୁଗୋଳ
Content Category:
Submission Date: Jul 10, 2019