ନା ଅଛି ଚାଳ ଛପରର ଘର,
ନା ଅଛି ମାଳ ମାଳ ବୃକ୍ଷର ଆସର |
ସବୁ ଆଡେ ଦିଶେ କଂକ୍ରିଟ ରାସ୍ତା,
ସବୁଜ ବନାନୀ ଆଜି ହରାଏ ଯେ ଆସ୍ଥା |
ଗାଁରୁ ସହର କୋଠାଘରର ଆସର,
ମଣିଷକୁ ଘାରେ ଚିନ୍ତା କେବଳ ନିଜ ସ୍ୱାର୍ଥର |
ନା ଅଛି ଚାଳଘର ପୀଢା,
ନା ଅଛି ଚାଳଘର ମାଣ୍ଟୁ,
ଘରଚଟିଆ ଆଜି ହେଇଛି ସ୍ବପ୍ନହରା ,
ବାସ ସେ ହରେଇ ହେଇଛି ବାସହରା |
ବିଲୁପ୍ତ ପ୍ରାୟ ପକ୍ଷୀ ଇଏ ମିଳେନି ଦେଖିବାକୁ,
ତା' କିଚିରିମିଚିରି ଶବଦ ମନେ ପକାଏ ମୋ ପିଲାଦିନକୁ |
ପିଲାଦିନେ ବହିରେ ପଢ଼ିଥିଲି ତା' କାହାଣୀ ମାଳମାଳ,
ଆଜି ସେ ସବୁ ଲାଗେ ସ୍ମୃତି ଆଉ ସ୍ଵପ୍ନ ଯେ କେବଳ | 

Writer's Details: Ranjita Das , NIT Rourkela, Odisha, India.
Content Category:
Submission Date: Aug 08, 2019