'ବାଜି' ସେ ଲଗେଇଦେଲା ନିଜ ଜୀବନର ବାଜି,
ଦେଶ ପାଇଁ ଜୀବନ ଦେଲା ଦେବଦୂତ ସାଜି |
ଜୀବନକୁ ଉତ୍ସର୍ଗ କରି ଲେଖିଲା ନୂଆ କାହାଣୀ,
ଇତିହାସ ପୃଷ୍ଠା ଲେଉଟାଇଲେ  ତା' ବୀରତ୍ୱର ବାଣୀ |
ଇତିହାସରେ ନାଁ ତାର କାଳ କାଳକୁ ରହିଗଲା,
ଜୀବନର ଅର୍ଥ ବୁଝିବା ଆଗରୁ ପ୍ରାଣବଳି ଦେଇଦେଲା |
ଲୋମଟାଙ୍କୁରାଇ ଦିଏ ତା ସାହସିକତାର ଗାଥା,
କୋଟି ପ୍ରଣାମ କରଇ ଏ ହାତ ପୁଣି ନଇଁଯାଏ ମଥା | 

Writer's Details: Ranjita Das, NIT Rourkela, Odisha, India.
Content Category:
Submission Date: Aug 05, 2019