
ବିଦେଶୀ କବଳେ ଥିଲା ଆମ ଦେଶ
ଆମେ ଥିଲୁ ପରାଧୀନ
ଏକତା ଅଭାବେ ସ୍ବାଧୀନତା ଲାଭ
ଆମ ପାଇଁ ଥିଲା ସ୍ବପ୍ନ ।।
ଭେଦଭାବ ଭୂଲି ଏକାଠି ହୋଇଲୁ
ଆମେ ସବୁ ଭାରତୀୟ
ଶପଥ କରିଲୁ ବିଦେଶୀ ତଡ଼ିବୁ
କାହାକୁ ନ କରି ଭୟ ।।
କେତେ ନିର୍ଯ୍ୟାତନା କେତେ ଯେ ଯାତନା
କେତେ ଦୁଃଖ କଷ୍ଟ ସହି
କେତେ ନରନାରୀ ଅମର ହୋଇଲେ
ଆମର ଏ ଦେଶ ପାଇଁ ।।
ଉଣେଇଶି ଶହ ସତଚାଳିଶିର
ଅଗଷ୍ଟ ପନ୍ଦର ଦିନ
ଦେଶଟି ଆମର ସ୍ବାଧୀନ ହୋଇଲା
ସତ ହେଲା ଆମ ସ୍ବପ୍ନ ।।
ଆମରି ଦେଶର କୋଣ ଅନୁକୋଣ
ଦେଖରେ ସୁନ୍ଦର ଦିଶେ
ଆଜିର ଦିନରେ ଜାତୀୟ ପତାକା
ଗରବରେ ଉଡ଼ି ହସେ ।।
ଜନଗଣମନ ଜାତୀୟ ପତାକା
କହେ ଭୟ କର ନାହିଁ
ଜନ୍ମ ଭୂମି ପାଇଁ ପ୍ରାଣବଳୀ ଦେବା
ଆମ ଦେଶ ଜୟ ଗାଇ ।।
ଶିବ ପ୍ରସାଦ ସାହୁ
ଗୋପିନାଥପୁର ସାହି, ଚାନ୍ଦପୁର,ନୟାଗଡ଼
ପିନ୍-୭୫୨୦୨୪, ମୋ-୯୬୯୨୩୭୪୬୫୯