ରାତେ ବଇଶାଖୀ ମାତେ
ମୋ ଗାଁ ଦେଖ୍ ଅସ୍ରା କୁ ଅସ୍ରା
ବର୍ଷା ଢାଳଇ କେତେ ?
ତୋ ସହରୁ ଆସେ ଅତର ଗନ୍ଧ
ସଞ୍ଜ ଢଳିଲା ପରେ
ମୋ ଗାଁକୁ ଛୁଏଁ କଦମ୍ବ ମହକ
ଡିବିରିର ଆଲୁଅରେ,
କଂକ୍ରିଟ ଘରେ ବିଦେଶୀ ଝଙ୍କାର
ଯେବେ ଖେଳୁଥାଏ ତୋର
ଭାଗବତ ଟୁଙ୍ଗୀ ଖଞ୍ଜଣୀ ରେ ଥାଏ
ଗାଁ ମୋର ସର ସର,
ଆଲୋ ରୂପ ସହରର ରଙ୍ଗୀନ୍ ପକ୍ଷୀ ତୁ/ତୋ
ରଙ୍ଗ ଡେଣା କୁ ଝାଡ଼ି
ଦେଖିନେ ଥରଟେ ଗାଁ କୁ ଆସି ମୋ
ଗାଉଁଲି ଛାତିଟା ପଢି ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ଓଡ଼ିଶା ପୁରୀ

