ମଣିଷଟେ ସୁନା ନେଇକି ଆସିଲେ
ହୋଇଯାଏ ଅଧାପ୍ରାଣ,
ଠାକୁର ବୋଲି ସେ ସୁନାକୁ ପିନ୍ଧିଲେ       
                   କର ସିଧା ପ୍ରସାରଣ । 

ଏୟାରପୋର୍ଟରେ ପ୍ରତିଦିନ ହୁଏ
କେତେକେତେ ସୁନା ଜବତ,
ଦମ୍ଅଛି ତ ପ୍ରବର୍ତ୍ତନ ଅଧିକାରୀଏ  
     କରନ୍ତୁ ଠାକୁରଙ୍କ ସୁନା ଜବତ ।

ଯୋଉଠି ଯେମିତି ଖଞ୍ଜି ଆଣିଲେ ବି
କାଢିଦ୍ୟନ୍ତି ଉଣ୍ଡିପାଣ୍ଡି,
ଠାକୁର ତ ପୁଣି ବସିଛନ୍ତି ଦେଖ
                ସମ୍ପୂର୍ଣ ଦେହରେ ମଣ୍ଡି । 

ମଣିଷଠୁ ସୁନା ଜବତ ହୋଇଲେ
ପୁଲିସି କରଇ ଭାଣ୍ଡିଆ,
ଠାକୁର ଦେହରେ ସୁନାକୁ ମଣ୍ଡିଲେ
               ପୁଲିସି ମାରଇ ମୁଣ୍ଡିଆ । 

ମୁଖିଆ କହନ୍ତି ନେତା ମନ୍ତ୍ରୀମାନେ
ସୁନା ଚେନ୍ ବଳା ପିନ୍ଧନାଇଁ,
ଠାକୁରଙ୍କୁ କିଛି ନକହି ଓଲଟି
      ଦକ୍ଷିଣା ଗଣନ୍ତି ନିଜେ ଯାଇ ।