ଶ୍ରାବଣର ବାରିଧାରା ଆକାଶରୁ
ପଡେ ଝରି ଝରି
ମନ୍ଦ ମଲୟ ବାଆ କୁଞ୍ଜ ଗହଳେ
ବହେ ଶିରି ଶିରି ।
ଶ୍ରୀ ଧାମ ବୃନ୍ଦାବନେ ଲାଗେ
ମହୋତ୍ସବ ଅପୂର୍ବ ଝୁଲଣ
ରସରାଜ କଳାକାହ୍ନୁ ରାସେଶ୍ୱରୀ
ଶ୍ରୀ ରାଧାଙ୍କ ପବିତ୍ର ମିଳନ।
ପ୍ରକୃତି ଉଛୁଳି ଉଠେ ଶ୍ରାବଣ ପରଶେ
ନବ ନିରଦର ଶୋଭା ଅପରୂପ ଦିଶେ
ବିରହିଣୀ ରାଧା ଆଜି କୁଞ୍ଜବନେ
ଲାଜେ ଲାଜେ ହସେ ।
ରାଧାଙ୍କୁ ପାଖରେ ପାଇ ମଦନ ମୋହନ
ଭୂଲିଛନ୍ତି ମୂରଲୀର ସ୍ବନ
ପୂର୍ଣ୍ଣ ହୋଇଉଠେ ପ୍ରାଣ ପ୍ରିୟା ପାଇଁ
ମନ ହୁଏ ତନ୍ମୟ ତଲ୍ଲୀନ  ।
ଜୀବନ୍ତ ଲାଗୁଛି ଆଜି ସବୁକିଛି
ପୁଷ୍ପ ଜରି ଜମ୍ବୁରାରେ ସଜ୍ଜିତ ମଣ୍ଡପ
ରାଧାକୃଷ୍ଣ ଯୁଗଳର ଅପୂର୍ବ ଦର୍ଶନ,
ଶ୍ରୀଦେବୀ, ଭୂଦେବୀ, ମଦନମୋହନଙ୍କ
ଏ ନୀତି ସଂପର୍ଣ୍ଣ।
ସପ୍ତଦିନ ବ୍ଯାପି ହୁଏ ଶ୍ରୀମନ୍ଦିରେ
ଝୁଲଣ ପରବ
ଶ୍ରାବଣ ଶୁକ୍ଳଦଶମୀ ରେ ହୁଏ
ତୋରଣ ଆରମ୍ଭ ।
ଭାଦ୍ର ପ୍ରତିପଦେ ଶେଷ ହୁଏ
ଝୁଲଣର ପର୍ବ ।
ଆସୁଥାଉ ପ୍ରତିବର୍ଷ ଶ୍ରବଣରେ
ଏଇ ପୁଣ୍ଯ ଅବସର
ଜୀବନକୁ କରି ପ୍ରିତୀପୁର୍ଣ
ସୁସଜ୍ଜିତ ଝୁଲଣରେ ଏଇ ଚର୍ମଚକ୍ଷୁ
କରୁଥାଉ ରାଧା ଦାମୋଦରଙ୍କର
ଯୁଗଳ ଦର୍ଶନ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।।
Content Category:
Submission Date: Jul 27, 2019