କାଳିଆ ଠାକୁର ହେ କାଳିଆ ଠାକୁର
ଆଜି ତମ ଘୋଷଯାତ୍ରା,
ଧନ୍ୟ ତୁମେ ଧନ୍ୟ ତୁମର ଲୀଳା ଯେ
ଧନ୍ୟ ତମ ରଥ ଯାତ୍ରା |
ସହରରୁ ପଲ୍ଲୀ,ପଲ୍ଲୀରୁ ଦିଲ୍ଲୀ
ସବୁଠାରେ ତୁମ ଲୀଳାଖେଳା,
ମାଉସୀ ମା'ଘରେ ପହଁଚିବ ଯାଇ
ବୁଡ଼ିଲା ବେଳକୁ ଭେଳା |
ଜଗତର ନାଥ ଜଗନ୍ନାଥ ତୁମେ
ଜାଣଇ ସାରା ଜଗତ,
ପଲ୍ଲୀରୁ ଦିଲ୍ଲୀ, ଦିଲ୍ଲୀରୁ ଆମେରିକା
ସବୁଠି ତମ ଭକତ | 

Writer's Details: Ranjita Das, NIT Rourkela , Odisha, India.
Content Category:
Submission Date: Jul 01, 2019