(ରାଗ - ଭାଟିଆରୀ/ଆଠତାଳି)
ଡହଳବିକଳ ସୁରଗଣ,
ଡ ଧର ସୁତେ ଦେଖ୍ ପ୍ରସନ୍ନ
ଡକା କରି ଗଙ୍ଗା କୂଳେ ଅନେକ
ଉତ୍ସବ କଲେକ ଚତୁରାନନ ||
ଡ ନାଶି ମନୁ ହୋଇ ହରଷ,
ଡ ପ୍ରକାଶି ବିହିତ ବିଳାସ
ଡେଙ୍ଗୁରକ ଦୁନ୍ଦୁଭି ବେଣୁ ବୀଣା
ଶଙ୍ଖ ମହୁରୀ ବାଜିଲା ବିଶେଷ ||
ଡ କରି ସୁଲଳିତ କଣ୍ଠରେ,
ଡାକିଲେ ଦେବଗୁରୁ ସାଧରେ
ଡ ନାଶିବେ ପଞ୍ଚ ବିଂଶତି ବ୍ୟଞ୍ଜନ
ବର୍ଣ୍ଣ ମଙ୍ଗଳାଷ୍ଟକ ପାଠରେ ||
ଡକା କରିଲେ ବିହଙ୍ଗଗଣ,
ଡାଙ୍ଗ ବିନୋଦିତ ସମିରଣ
ଡମ୍ବର କରି ସଙ୍ଗତରେ ମିଳି
ନୃତ୍ୟ କରିଲେ ଅପସରା ଗଣ ||    
                   
ହେମନ୍ତ କୁମାର ବରାଇ 
ରୁଷୁଡା, ବରଗଡ