ଇଲୋ ଜୁଲି ତୋର ଇଏ କି କାଣ୍ଡ ,
ସାଇଯାକ ଲୋକ ହେଲେଣି ରୁଣ୍ଡ  !

ଏଡ଼ିକି ବକଟେ ଛୁଆ ତୁ ହୋଇ ,
ଖଣ୍ଡି କଥା କହୁ ଆଖି ନଚେଇ ।

ପଣସ ଉପରେ ଝୁଲୁଚୁ ଚଢ଼ି ,
ଚଗଲାମି ତୋର ଗଲାଣି ବଢ଼ି ।

ଖେଳଣା ତୋ ଅଛି ଭଳିକି ଭଳି ,
ଏଣିକି ଆସିଛୁ ପଣସ ତୋଳି !!

ଚୁଲୁବୁଲି ଝିଅ ଭାରି ସିଆଣି ,
କେତେ କଥା ପାରିଲୁଣି ତୁ ଜାଣି ।

ମନ କିଣି ନିଏ ତୋ ଠାଣି ବାଣୀ ,
ତୁ ପରା ଆମର ଗେହ୍ଲେଇ ରାଣୀ ।

ତୋ ହସ କୌତୁକ ଲାଗଇ ମିଠା ,
ବଡ଼ ହୋଇ ହୁଅ ଜଗତଜିତା ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।