ବର୍ଷାସ୍ନିଗ୍ଧ ସକାଳେ
ଜଗା ହେଲାଣି ସଜ ବାଜ
ଆଜି ସେ ଶ୍ରୀମନ୍ଦିର ମୁହାଁ
ରଥ ହେଲାଣି ତାର ସଜ

ନବଦିନ ବ୍ୟାପି ଯାତରେ
କରିଛି କେତେ ମଉଜ
ମାଉସୀ ମାର ପୋଡ ପିଠା ଖାଇ
ମନେ ହଟିଛି ବିଷାଦ

ଛନକା ପଶିଛି ଲକ୍ଷ୍ମୀଙ୍କ କଥା
ହେଉଛି ସେ ଉଚ୍ଛନ୍ନ
ସଂସାର ଜଞ୍ଜାଳର ନିଚ୍ଛକ ସତ୍ୟ
ଦିଶେ ପ୍ରଭୁଙ୍କ ଜୀବନ

ମାନବର ଜୀବନ ଚରଯା
ସେଠି ନାହିଁ ଉଲମ ବିଲମ
ଯଥା ଦେହି ତଥା ଦେବ
ଏକଥା ହୋଇଛି ପ୍ରମାଣ

ଭାରିଜା କୁ ଛାଡି ମନ୍ଦିରେ
ଭକତକୁ କରିଲା ତୋଷ
ହେଲେ ବି ଜଗା ମନେ ପଶିଛି
ସେ ଅଜଣା  ଛନକ

ଥରେ ଲକ୍ଷ୍ମୀଛଡା ହୋଇ
ପାଇଛି କେତେ ଯାତନା
ଛପନପଉଟି ଭୋଗଖିଆକୁ
ମିଳିଲାନି ଦାନା କନା

ବଳିଆ ଭାଇକୁ ଡାକଦିଏ
ଏବେ ବେଗି ବାହାର
ଲକ୍ଷ୍ମୀଙ୍କ କଥା ନୁହଁ ଅଛପା
କିଆଁ ହେବା ହରବର

ପହଁଣ୍ଡି ପାଇଁ ଭକତ
ଆସି ହେଲେଣି ଉଭା
ଗୁଣ୍ଡିଚାରାଣୀଠୁ ନେଇ ମେଲାଣି
ରଥକୁ ଚାଲିଲେ ଜଗା

ଶରଧା ବାଲି ଆଜି ଧନ୍ୟ
ଛୁଇଁ ତୋର ଚରଣ
ଧନ୍ୟ ଧନ୍ୟ ହେ ଦେବ
ଭକତକୁ କରୁ ତାରଣ

ମୁଁ ଅଧମ ଛାର ମଣିଷ
ସଦା ତୋହରି ଦାସ
ଦେବଙ୍କୁ ଅଛପା ତୋ ଲୀଲା
ମୁଁ ବା ବୁଝିବି କିସ।

ଜମ୍ବେଶ୍ବରପୁର, ବାଲେଶ୍ବର
     ୯୩୩୭୬୮୧୫୨୪