ଆକାଶ, ପାଣି,ପବନ,
                        ପାତାଳ ଗହ୍ଵରୁ
ଓଁ ଜଗନ୍ନାଥ ଦାରୁବ୍ରହ୍ମ ମହାମେରୁ
ଗୁଞ୍ଜରିତ ହୋଇ ଉଠେ , ଅଦୃଶ୍ୟ ବ୍ରହ୍ମ ରୁ
ଆକାଶ, ପାଣି, ପବନ…   ।।
ଅଦୃଶ୍ୟ ଦୁର୍ଲଭ ପ୍ରତିମା 
                               ନିର୍ଲିପ୍ତ, ଅବ୍ୟକ୍ତ
ଯେ ନାମ ତିନ୍ତିଲେ ଜ୍ଞାନ ହୃଦୟେ ଉଦିତ
ସେ ନାମ ଗୁଞ୍ଜରି ଉଠେ , ଅଦୃଶ୍ୟ ବ୍ରହ୍ମ ରୁ
ଆକାଶ, ପାଣି,ପବନ…   ।।
ପୁରୁଷୋତ୍ତମ ଉତ୍ତମ
              ଜନ ସୁ ପୁରୁଷ
ଯା ଦର୍ଶନେ ଲୁପ୍ତ ହୁଏ ସକଳ କଳୁଷ
ସେ ଧ୍ଵନୀ ନିର୍ଗତ ହୁଏ , ଅଦୃଶ୍ୟ ବ୍ରହ୍ମ ରୁ
ଆକାଶ ପାଣି ପବନ…  ।।
ଦୟାବନ୍ତ, ବଳବନ୍ତ
               ଅସୀମ,ଅନନ୍ତ
ରମା ରମଣ ମଦନ-ମୋହନ ଅଚ୍ୟୁତ
ଜ୍ୟୋତିର୍ମୟ ରୂପ ପ୍ରକାଶେ , ଅଦୃଶ୍ୟ ବ୍ରହ୍ମ ରୁ
ଆକାଶ, ପାଣି,ପବନ…  ।।
ସେ ନାମକୁ ଶୁଣ,ଗୁଣ-
             କିର୍ତ୍ତନେ ବିଭୋରେ
ପାପ ଛାଡିଯିବ ପୂଣ୍ୟ ଲଭିବ ଅଚିରେ
ଯେ ନାମ ଧ୍ଵନୀ ସଞ୍ଚରେ , ଅଦୃଶ୍ୟ ବ୍ରହ୍ମ ରୁ
ଆକାଶ ପାଣି,ପବନ...  ।।