ବରଷକ ପରେ ଆସିଅଛି ପ୍ରଭୁ
ଆଜି ତୁମ ରଥଯାତ,
ଦରଶନ ପାଇଁ ଆସିଛନ୍ତି ଧାଇଁ
କୋଟି କୋଟି ଯେ ଭକତ,,।।
ନଅଦିନ ପାଇଁ ହେ ପ୍ରଭୁ ଗୋସାଇଁ
ଶ୍ରୀ ମନ୍ଦିର ହେବ ଖାଲି,
ଭକତ ମାନଙ୍କ ଶୁଭୁଥାଏ ଦେଖ
ହରିବୋଲ ହୁଳହୁଳି,,।।
ରଥପରେ ଚଢ଼ି ଯିବ ଝୁଲି ଝୁଲି
ସାଥିରେ ଭାଇ,ଭଉଣୀ,
ବଡ ଦେଉଳରେ ଛାଡି ଆସିଥିବ
ମାତାଙ୍କୁ ସାଥେ ନ' ଆଣି,,।।
ଭକତଙ୍କ ଭିଡ଼େ ବାଙ୍କ ଚାହାଁଣୀରେ
ହସୁଥିବ ଖିଲି ଖିଲି,
ବରଷକ ପରେ ମାଉସୀ ଘରକୁ
ଆଉଥରେ ଯିବବୋଲି,,।।
ପୋଡ଼ପିଠା ଖାଇ ବଡ ଦେଉଳକୁ
ବାହୁଡ଼ିବ ତୁମେ ପୁଣି,
ଅପେକ୍ଷାରେ ଚାହିଁ ରହିଥିବେ ସେଠି
ମାତା ଲଷ୍ମୀ ଠାକୁରାଣୀ,,।। 

Writer's Details: ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା,ଗଞ୍ଜାମ
Content Category:
Submission Date: Jul 05, 2019