ତୁମେ ଏକ ଅଦୃଶ୍ୟ ଗଣିତ
ଶରୀର ମନର ଏକ ସୂକ୍ଷ୍ମ ମିଶାଣ
ସାଧନାର ସ୍ଥୁଳ ଭୁଇଁରେ ଏକ ଅବ୍ୟକ୍ତ ସଂଶ୍ଳେଷଣ
ଏକାଗ୍ରତାର ପରିଧି ମଧ୍ୟସ୍ଥ ଏକ ସୁକ୍ଷ୍ମାତିସୁକ୍ଷ୍ମ କେନ୍ଦ୍ରବିନ୍ଦୁ 
ତୃତୀୟ ନୟନର ପୀତବିନ୍ଦୁରୁ ନିର୍ଗତ
ଏକ ଅନନ୍ତ ଅସୀମ ଉଜ୍ଜ୍ୱଳ ରଶ୍ମୀ
ହୋଇଥାଅ.... ଅଣାକାର ଅରୂପ ପରମାତ୍ମା ଯାଏ ପରିବ୍ୟାପ୍ତ।

ତୁମେ ଏକ ବିଶୁଦ୍ଧ ବିଜ୍ଞାନ
ଅନ୍ତସ୍ଥ ଦୂଷିତ ବାୟୁକୁ କର ଘନଘନ ନିଷ୍କାସନ
ବାହ୍ୟ ଶୁଦ୍ଧ ଅମ୍ଳଜାନକୁ କରି ପ୍ରୀତିପୂର୍ଣ୍ଣ ଆଲିଙ୍ଗନ
ସର୍ବାଙ୍ଗ ଶରୀରକୁ କର ବଳିଷ୍ଠ
ଅସାଧ୍ୟ ରୋଗର କରି ପାଉଣା ବିହୀନ ଚିକିତ୍ସା
ଭେଟିଦିଅ ସୁସ୍ଥ,ନିରୋଗର ଆନନ୍ଦମୟ ଶରୀର
ସେଥିପାଇଁ ପରା
ସାଂପ୍ରତିକ ଶିକ୍ଷା ମନୋବିଜ୍ଞାନର ତୁମେ ଏକ ମାନସ ପୁତ୍ର।

ତୁମେ ଏକ ବିବିଧ ଗୁପ୍ତ ଶାସ୍ତ୍ର
ସତ୍କର୍ମକୁ କର ଆନ୍ତରିକ ଆବାହନ
ଗଠନମୂଳକକୁ କରି ସସମ୍ମାନ
ଆଳସ୍ୟ ନାସ୍ତିକତାର କର ମୂଳୋତ୍ପାଟନ  
ସୃଷ୍ଟିକର ଭକ୍ତିର ଅପୂର୍ବ ମହଲ
ସତ୍ ଜ୍ଞାନର କରିଥାଅ ମାର୍ଗଦର୍ଶନ
ତୁମେ ସତ୍ ଜ୍ଞାନର ବାର୍ତ୍ତାବହ ତ ସତଚିନ୍ତାର ଅନନ୍ୟ କାରକ
କରି ବିକ୍ଷିପ୍ତ ମନ ସଂଭୋଗ ଶରୀରର ନିୟନ୍ତ୍ରଣ
ଏକତାର ଚିକ୍କଣ ଜାତୀୟ ରାଜପଥରେ
ଭରିଦିଅ ନୈତିକ, ଆଧ୍ୟାତ୍ମିକତା ଯାନର ହୃତ୍ ସ୍ପନ୍ଦନ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର