ଗ୍ରାମୀଣ ସମାଜ ପରମ୍ପରା ମିତ 
ସଂସ୍କୃତିର ଚିର ଛବି
ବିଧି ବ୍ୟବସ୍ଥାର ନିଆରା ବିଭବ
ଭବ୍ୟ ଆଶିର୍ବାଦେ ରବି ! !

ବିଶ୍ଵଦରବାରେ ଉତ୍କଳୀମା ଭାସେ
ସଂସ୍କୃତି ମର୍ଯ୍ୟାଦା ପାଇଁ ,
ବହୁ ପୁରାତନ ଏ'ସଂସ୍କୃତିର ରତନ
ପୁରାଣେ ବର୍ଣ୍ଣିତ ଭାଇ ! !

ଐତିହ୍ୟ ବିଭବ ସଂସ୍କୃତିର ଛାପ
ପୂର୍ବଜ ସମ୍ପଦ ଚିଜ ,
ସ୍ମୃତି କିର୍ତ୍ତୀରାଜି ଆଜିବି ହସୁଛି
ହେ' ପ୍ରିୟ ଦାୟାଦ ହେଜ ! !

ମନ୍ଦିର ମାଳିନୀ ଉତ୍କଳୀମା ରାଣୀ
ଇତିହାସ ମୁକସାକ୍ଷୀ ,
ସୂକ୍ଷ୍ମ କାରୁକାର୍ଯ୍ୟ ବିମୁଗ୍ଧ ସୌନ୍ଦର୍ଯ୍ଯ
କୁଶଳୀ ଓଡ଼ିଆ ଶିଳ୍ପୀ ! !

ସତ୍ୟ ସନାତନ ହିନ୍ଦୁ ଧର୍ମଶାସ୍ତ୍ର
ସର୍ବଧର୍ମ ସମନ୍ଵୟେ ,
ଉତ୍କଳ କଳିଙ୍ଗ ଜଗନ୍ନାଥ ଦେଶ
ସଂସ୍କୃତିର ଅନୁନୟେ ! !

ଆରାଧ୍ୟ ଦେବତା ଜଗତର ପିତା
ଉତ୍କଳ ସଂସ୍କୃତି ପତି ,
ପରମ୍ପରାଗତ ପରବର ମିତ
ଜନମୁଖେ ରୀତିନୀତି ! !

ଗାଆଁ ମାଟିମାଆ ଶରଧାର ନଆଁ
ସଂସ୍କୃତିର ମୂଳପିଣ୍ଡ ,
ପରମ୍ପରା ଧର୍ମେ ତା'ର ସର୍ବଜନେ
ପାଳନ୍ତି'ତ ଓଷାବ୍ରତ ! !

ସ୍ଵର୍ଗାଲୋକ ପାଇଁ ପିଣ୍ଡଦାନକରି
ପ୍ରିୟଜନ ପାଳେଶ୍ରାଦ୍ଧ ,
ନିଆରା ଏ'ଛବି ପରମ୍ପରା ପ୍ରିତୀ
ଦ୍ଵିଜମୁଖେ ମନ୍ତ୍ରଶବ୍ଦ ! !

ଜନ୍ମ ଠାରୁ ମୃତ୍ଯୁ ପ୍ରଥା ଆମ୍ଭେପାଳୁ
ଗ୍ରାମ୍ୟ ସମାଜରେ ରହି ,
ସଂସ୍କୃତିରେ ପ୍ରିତୀ ପରମ୍ପରା ସାଥୀ
ରୀତିନୀତି ଖୋଜେ ବହି ! !

ବିବାହ ବେଦୀର ସୁହାଗ ସିନ୍ଦୁର
ପରମ୍ପରା ଅନୁଗତ ,
ପ୍ରିତୀପ୍ରିୟା ସାଥୀ ଜୀବନସଙ୍ଗିନୀ
ଜନ୍ମ ଜନ୍ମାନ୍ତର ମିତ ! !

ଏ'ସଵୁ ବିଭବ ସଂସ୍କୃତି ସମ୍ପଦ
ପରମ୍ପରା ଆଧାରିତ ,
ଗାଆଁମାଟି ପାଳେ ଜନକୋଳା ହଳେ
ବାରମାସେ ତେରବ୍ରତ ! !

କଳା ନୈପୁଣ୍ୟରେ ଏ'ମାଟି ସର୍ବାଗ୍ରେ
ବିଶ୍ଵବାସୀ ଆଚମ୍ବିତ ,
ଭଗ୍ନ କୋଣାରକ ସ୍ମୃତିର ପ୍ରତୀକ
ସପ୍ତ ଆଶ୍ଚର୍ଯ୍ୟର ବିତ୍ତ ! !

Writer's Details: ସଦାନନ୍ଦ ସାହୁ, କାରା କର୍ମଚାରୀ
କେନ୍ଦ୍ରୀୟ କାରାଗାର, କଟକ, ଚୌଦ୍ଵାର,
ଭ୍ରାମ୍ୟଭାଷ୍ୟ ସଂଖ୍ୟା - 7978517998 Content Category:
Submission Date: Jun 13, 2019