ସମୟ ତାଳରେ ମଣିଷ ବଦଳେ 
    ବଦଳି ଥାଏ ତା'ନୀତି 
ଆଜିର ସମାଜେ ବହୁଳ ପ୍ରସାର 
     ମଦିରାରୁ ମଦପ୍ରୀତି 

ଯୁବପିଢି ପାଇଁ କ୍ଷତିକାର ଏଇ 
     ବୁଝି ଅବୁଝା ମଣିଷ 
ସଂସ୍କାର ବିହୀନ ଶିକ୍ଷାକୁ ଆଦରି 
      ନିଶାକୁ ଭାବେ ପିୟୁଷ 

ସୁରା ଅଟେ ପରା ଦୁଃଖର ପସରା
     ବୁଦ୍ଧିଶୁଦ୍ଧି ସବୁ ହଜେ
ତଥାପି ମଣିଷ  ଆଦରି ନେଉଛି 
      ନିଜ ବିନାଶକୁ ନିଜେ

ନିଶାର ଫାସରେ ମଣିଷ  ଆବଦ୍ଧ 
   ଅବେଳ କାଳର କୋଳେ 
ଭୁଲି ନିଜ ସ୍ଥିତି ଡାକୁଛି ବିପତ୍ତି 
     ସମୟର ଅନ୍ତରାଳେ 

ସମୟଟା ଏକ ଲକ୍ଷ୍ୟଶୀଳ ପଥ 
    ବାରତା ତା' ଧୌର୍ଯ୍ୟଶୀଳ
ସମୟର ସାଥେ କର୍ମ ଆଦରିଲେ 
      ମିଳଇ ସଦା ସୁଫଳ 

ବୟଷ ଆୟୁଷ  ଭାବନା, କଳ୍ପନା 
   ଜୀବନର ରୀତିନୀତି, 
ସମୟର ତାଳେ ସବୁ ବଦଳନ୍ତି 
    ବଦଳେନି ଯାହା ସ୍ମୃତି 

ବେଳୁ ସାବଧାନ ହେଲେ ବାଇମନ 
    ଖଣ୍ଡିତ ହେବ ବିପତ୍ତି 
ନିଶାର ବର୍ଜନେ ସମାଜ ପାଇବ 
     ଅଶେଷ ସୁଖ ସମ୍ପତ୍ତି....

ସନ୍ତୋଷ ପଟ୍ଟନାୟକ, ବେଗୁନିଆପଡା ବ୍ଳକ୍ , ତିରିଡା, ଗଞ୍ଜାମ