ଧନ୍ୟ ଧନ୍ୟରେ ତୁହି
ପାଚିଲା ଆମ୍ବ
ଫଳ ଯାକରେ ତୁହି ଦମ୍ଭ,
ରେ ପାଚିଲା ଆମ୍ବ।।
ହୋଇଲେ ତୋର ଫୁଲ
ବୋଲାଉ ତୁ ବଉଳ
କାମଦେବର ଏକ ଅଙ୍ଗ
ରେ ପାଚିଲା ଆମ୍ବ।।
ବିବାହ ଉତ୍ସବରେ
ମାଙ୍ଗଳିକ କାର୍ଯ୍ୟରେ
ତୋ ପତ୍ରେ ବସେ ପୂର୍ଣ୍ଣକୁମ୍ଭ
ରେ ପାଚିଲା ଆମ୍ବ।।
କଷି ଦିନରୁ ନଷି
ତୋରାଣି ସଙ୍ଗେ ମିଶି
ଶୋଷୀମାନଙ୍କୁ ତୁହି ଯୋଗାଉ ଦମ୍ଭ
ରେ ପାଚିଲା ଆମ୍ବ।।
କୋଇଲି ହେଲେ ପୁଣି
କରିବାକୁ ଚଟଣୀ
ମନ ହୁଅଇ ଖବଡବ
ରେ ପାଚିଲା ଆମ୍ବ।।
ଚଞ୍ଚୁ ଲାଗିଲେ ତୁହି
ଆମ୍ବୁଲକୁ ହେଉ ବାଇ
ଚଳାଉ ତିଅଣ ଅଭାବ
ରେ ପାଚିଲା ଆମ୍ବ।।
ତତେ ଆଚାର କରି
ଜିଭରେ ଦେଲେ ମାରି
ଲାଳ ବୁହଇ ଡବଡବ
ରେ ପାଚିଲା ଆମ୍ବ।।
ପାଚିଲେ ତୋର ଫଳ
ବୋଲାଉ ତୁ ରସାଳ
ଜନ ସମାଜେ ତୋର ଭାବ
ରେ ପାଚିଲା ଆମ୍ବ।।
ହୋଇଲେ ତୁ ପୋଚଡା
କରନ୍ତି ଆମ୍ବସଢା
ସଂସାରେ ତୁହି ଦୁର୍ଲଭ
ରେ ପାଚିଲା ଆମ୍ବ।।
କରି ତୁ ଉପକାର
ହୁଅଉ ନାରଖାର
ଛେଦନ୍ତି ଜନେ ହୋଇ ଦମ୍ଭ
ରେ ପାଚିଲା ଆମ୍ବ।।
ସୁନୀଲ କୁମାର ବେହେରା (ଶିକ୍ଷକ)।
ନୂଆଗାଁ -ବଡପାରୀ/ ଟାଙ୍ଗୀ/ଖୋର୍ଦ୍ଧା
ମୋ-୮୦୧୮୯୯୭୬୯୬
ପାଚିଲା ଆମ୍ବ
ଫଳ ଯାକରେ ତୁହି ଦମ୍ଭ,
ରେ ପାଚିଲା ଆମ୍ବ।।
ହୋଇଲେ ତୋର ଫୁଲ
ବୋଲାଉ ତୁ ବଉଳ
କାମଦେବର ଏକ ଅଙ୍ଗ
ରେ ପାଚିଲା ଆମ୍ବ।।
ବିବାହ ଉତ୍ସବରେ
ମାଙ୍ଗଳିକ କାର୍ଯ୍ୟରେ
ତୋ ପତ୍ରେ ବସେ ପୂର୍ଣ୍ଣକୁମ୍ଭ
ରେ ପାଚିଲା ଆମ୍ବ।।
କଷି ଦିନରୁ ନଷି
ତୋରାଣି ସଙ୍ଗେ ମିଶି
ଶୋଷୀମାନଙ୍କୁ ତୁହି ଯୋଗାଉ ଦମ୍ଭ
ରେ ପାଚିଲା ଆମ୍ବ।।
କୋଇଲି ହେଲେ ପୁଣି
କରିବାକୁ ଚଟଣୀ
ମନ ହୁଅଇ ଖବଡବ
ରେ ପାଚିଲା ଆମ୍ବ।।
ଚଞ୍ଚୁ ଲାଗିଲେ ତୁହି
ଆମ୍ବୁଲକୁ ହେଉ ବାଇ
ଚଳାଉ ତିଅଣ ଅଭାବ
ରେ ପାଚିଲା ଆମ୍ବ।।
ତତେ ଆଚାର କରି
ଜିଭରେ ଦେଲେ ମାରି
ଲାଳ ବୁହଇ ଡବଡବ
ରେ ପାଚିଲା ଆମ୍ବ।।
ପାଚିଲେ ତୋର ଫଳ
ବୋଲାଉ ତୁ ରସାଳ
ଜନ ସମାଜେ ତୋର ଭାବ
ରେ ପାଚିଲା ଆମ୍ବ।।
ହୋଇଲେ ତୁ ପୋଚଡା
କରନ୍ତି ଆମ୍ବସଢା
ସଂସାରେ ତୁହି ଦୁର୍ଲଭ
ରେ ପାଚିଲା ଆମ୍ବ।।
କରି ତୁ ଉପକାର
ହୁଅଉ ନାରଖାର
ଛେଦନ୍ତି ଜନେ ହୋଇ ଦମ୍ଭ
ରେ ପାଚିଲା ଆମ୍ବ।।
ସୁନୀଲ କୁମାର ବେହେରା (ଶିକ୍ଷକ)।
ନୂଆଗାଁ -ବଡପାରୀ/ ଟାଙ୍ଗୀ/ଖୋର୍ଦ୍ଧା
ମୋ-୮୦୧୮୯୯୭୬୯୬

