ଆସିବାକୁ ତୁମ ଚାତକର ସମ ଚାହିଁ ଚାହିଁ
ଆଖି ହୋଇଲାଣି ଜଳକା ପଛକେମୈ।ସୁମୀ ଗୋ ତୁମ ଦେଖାନାହିଁ ,
ଝାଞ୍ଜି ମାରେ ଝାଇଁ ଝାଇଁ,
ଗୀରିଷମ ଦାଉ ବଢ଼େ ବେଳୁବେଳ
ଆଉ ଜମା ସହି ହେଉନାହିଁ ।
କେବେବା କେଉଁଠି କାଳ ବଇଶାଖୀ କବଳରେ
ଜନଜୀବନ ତ ପ୍ରଭାବିତ ହୁଏ
ବଜ୍ରପାତରେ ପ୍ରାଣୀ ମରେ,
ଚକ୍ରବାତ ରୂପ ନେଇ
ନିମିଷକେ ପଡ଼ିଯାଏ ହାହାକାର
ପୂର୍ବ ରୂପ ଦିଏ ବଦଳାଇ ।
ଚିର ସବୁଜିମା ବନଗିରି ଶୋଭେ ଏଇ ଧରା
ହୀନ ମାନବର ସ୍ୱାର୍ଥ ସାଧନେ
ହୁଏ କଙ୍କ୍ରିଟ୍ ରେ ଭରା
କଳକାରଖାନା ପାଇଁ
ପ୍ରକୃତି ଉପରେ ହୁଏ ଅତ୍ୟାଚାର
ନବୀନତା ନାମେ ଦ୍ୱାହି ଦେଇ ।
ଦେହସୁହା ହୁଏ ବନ୍ୟା ବାତ୍ୟା ଦୈବୀ ଦୁର୍ବିପାକ
କାରଣ ଜାଣି ବି ଅଜଣା ହୁଏ
ହରାଏ ବୁଦ୍ଧି ବିବେକ
ପ୍ରତିଯୋଗିତାର ପାଇଁ
ବଳିପକାଏ ସେ ପ୍ରକୃତି ରାଣୀକୁ
ଅନୁଶୋଚନା ବି ନାହିଁ ।
ମୈ।ସୁମୀ ତୁମ ଲୁଚକାଳି ଖେଳ, ଆମପାଇଁ କାଳ
ନକର ଡେରି ହେ ଆସଚାଲି
ସାଧିବାକୁ ଏବେ ନାହିଁ ବେଳ
ଛମ୍ ଛମ୍ ନୃତ୍ୟ ନେଇ
ହେଉ ଏଇ ଧରା ଶସ୍ୟ ଶ୍ଯାମଳା
ଶୀତଳତା ଯାଉ ବହି ।
ସୁନ୍ଦର ପୁଚ୍ଛ ମେଲି, କେକି ଦେଖି ତବ ଆଗମନୀ
ନାଚି ଉଠୁ ପୁଣି ହରଷରେ
ପଲ୍ଲବିତ ହେଉ ଏ ଅବନୀ
କୃଷିର ସଙ୍ଗୀତ ଗାଇ
କୃଷକ ଆନନ୍ଦେ କୃଷିକାର୍ଯ୍ୟ କଲେ
ଅଭାବ ରହିବ ନାହିଁ ।
ବନସ୍ତେ ଡାହୁକ ଡ଼ାକ ଛାଡ଼େ ଭେକ ରହି ରହି
ଆସ ମଉସୁମୀ ଆଶୁ ଆସ
ଅମୃତର ବାରି ଦେଇ
ପ୍ରତୀକ୍ଷାର ଅନ୍ତ କର ଗୋ ତ୍ୱରିତ
ରହିଅଛୁ ପଥ ଚାହିଁ ।
Writer's Details: ଘନଶ୍ୟାମ ସାହୁ
ସହ ସମ୍ପାଦକ -- ତ୍ରିଧାରା ସାହିତ୍ୟ ସଂସଦ,ବଇଣ୍ଡା,
ପୋ:ଅ: --- କିଶୋର ଗଞ୍ଜ, ଜିଲ୍ଲା - ଅନୁଗୋଳ,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭,
ପିନ୍ କୋଡ -- ୭୫୯୧୨୭ ।
Content Category:
Submission Date: Jun 13, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.